ବାପାଙ୍କ ୫୦ ତମ ଶ୍ରାଦ୍ଧବାର୍ଷିକରେ ଅସହାୟଙ୍କୁ ସହାୟତା କରି ଉଦାହରଣ ପାଲଟିଛନ୍ତି – ସୁଜ୍ଞାନ

ଯାଜପୁର ; ୦୫/୦୯ ( ବସନ୍ତ କୁମାର ପାତ୍ରଙ୍କ ଠାରୁ) : ଯାଜପୁରରୋଡ଼ରେ ଦୀର୍ଘ ୫୦ ବର୍ଷ ଧରି ସୁଜ୍ଞାନ ଭଞ୍ଜ ନିଜ ବାପାଙ୍କ ଶ୍ରାଦ୍ଧବାର୍ଷିକରେ ଅନେକ ସହାୟତା ମୂଳକ କାର୍ଯ୍ୟ କରି ଉଦାହରଣ ପାଲଟିଛନ୍ତି। ସ୍ୱର୍ଗତ ନିର୍ମଳ ପୃଣ୍ଣଚନ୍ଦ୍ର ଭଞ୍ଜ ନର୍ଲା ଭବାନୀ ପାଟଣା କଳାହାଣ୍ଡିର ନିବାସୀ ହୋଇଥିଲେ ହେଁ ତାଙ୍କର ତିନିପୁଅ ବାପାଙ୍କ ଶ୍ରାଦ୍ଧ ପାଳନ କରିଆସୁଛନ୍ତି। ବଡପୁଅ ବିଜ୍ଞାନ ଭଞ୍ଜ, ମଝିଆଁ ପୁଅ ସୁଜ୍ଞାନ ଭଞ୍ଜ ଓ ସାନପୁଅ ଭାରତ ଭଞ୍ଜ । ଯାଜପୁରରୋଡ଼ରେ ୫୦ ବର୍ଷ ହେବ ତାଙ୍କ ପରିବାର ରହି ଆସୁଛନ୍ତି। ତାଙ୍କର ମଝିଆଁ ପୁଅ ସୁଜ୍ଞାନ ଭଞ୍ଜ ବାପାଙ୍କ ଶ୍ରାଦ୍ଧ ବାର୍ଷିକରେ କିଛି ଶୁଖିଲା ଖାଦ୍ୟ କୁନିକୁନି ପିଲାମାନଙ୍କୁ ଦେବା ସହ ଅସହାୟ ବୃଦ୍ଧା ଲୋକମାନଙ୍କୁ ମଧ୍ୟସହାୟତାର ହାତ ବଢ଼ାଇଛନ୍ତି। ସେ କୋରନା କାଳରେ ଜଗନ୍ନାଥ ସାହି , ଲେପଶ କଲୋନୀ,ପ୍ଲଟ ବସ୍ତି ମାନଙ୍କରେ ରନ୍ଧା ଖାଦ୍ୟ ଓ କିଛି ବୃଦ୍ଧାଙ୍କ ପାଇଁ ମାସିକ ସହାୟତା କରି ଉଦାହରଣ ପାଲଟିଛନ୍ତି । ତାଙ୍କର ଏଭଳି କାମପାଇଁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close