ସଚେତନତା ଅଭାବରୁ ଇଏସ୍‍ଆଇସି କୋଭିଡ୍‍ ସହାୟତା ଯୋଜନାର ଲାଭ ଉଠାଇ ପାରୁନାହାନ୍ତି ହିତାଧିକାରୀ

ଯାଜପୁର;୩୧/୦୮( ବ୍ୟୁରୋ): କୋଭିଡ ମହାମାରୀରେ ଅନେକ ଲୋକ ଜୀବନ ହରାଇଥିବା ସ୍ଥଳେ ସଚେତନତା ଅଭାବରୁ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‍ଆଇସି) କୋଭିଡ୍‍ ସହାୟତା ଯୋଜନାର ଲାଭ ଉଠାଇପାରୁନାହାନ୍ତି ଅନେକ ହିତାଧିକାରୀ । କୋଭିଡ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିବା ଇଏସ୍‍ଆଇସି ହିତାଧିକାରୀଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରତି ମାସ ୯୦ ପ୍ରତିଶତ ଦରମା ପ୍ରଦାନ କରିବା ବ୍ୟବସ୍ଥା ରହିଛି। ତେବେ ରାଜ୍ୟର ମାତ୍ର ୩୫ ଜଣ ହିତାଧିକାରୀ ଏ ପର୍ଯ୍ୟନ୍ତ ଏହି ଯୋଜନାରେ ଉପକୃତ ହୋଇଛନ୍ତି। ଗତ ବର୍ଷ ମାର୍ଚ୍ଚ ୨୪ ତାରିଖରେ ଏହି ଯୋଜନା ଆରମ୍ଭ ହୋଇଥିଲା। ୨୦୨୨ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଓଡ଼ିଶାରେ ଏବେ ୭ଲକ୍ଷ ୪୧ ହଜାର ଇଏସ୍‍ଆଇ ହିତାଧିକାରୀ ଅଛନ୍ତି। ଇଏସ୍‍ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଇଏସ୍‍ଆଇ ହିତାଧିକାରୀଙ୍କ ପାଇଁ ଏହା ବହୁତ ବଡ଼ ସହାୟତା ଯୋଜନା। ଯଦି ଜଣେ ବ୍ୟକ୍ତି ୨୦ ହଜାର ଟଙ୍କା ପାଉଥାନ୍ତି ତେବେ ତାଙ୍କ ପତି/ପତ୍ନୀ ଅବା ସନ୍ତାନଙ୍କୁ ମାସିକ ୧୮ ହଜାର ଟଙ୍କା ପେନସନ୍‍ ମିଳିବ। ବିଧବା ପତ୍ନୀଙ୍କୁ ଆଜୀବନ ଅବା ପୁନଃବିବାହ କରିବା ପର୍ଯ୍ୟନ୍ତ ପେନସନ୍‍ ମିଳିବ। ଯଦି ପୁଅ ଥାଏ ତାକୁ ୨୫ ବର୍ଷ ପର୍ଯ୍ୟନ୍ତ ଓ ଝିଅ ବିବାହ କରିବା ପର୍ଯ୍ୟନ୍ତ ପେନସନ୍‍ ପାଇବେ। ଏପରିକି ଯଦି ସମ୍ପୃକ୍ତ କର୍ମଚାରୀ ବିବାହ କରିନଥାନ୍ତି ଆଉ ପିତା ମାତାଙ୍କ ମାସିକ ରୋଜଗାର ୯ ହଜାର ଟଙ୍କାରୁ କମ୍‍ ହୋଇଥାଏ ତା ହେଲେ ତାଙ୍କୁ ମଧ୍ୟ ପେନସନ୍‍ ମିଳିବ। କେବଳ ପେନସନ୍‍ ନୁହେଁ କୋଭିଡ୍‍ ମହାମାରୀ ସମୟରେ ଚାକିରୀ ହରାଇଥିବା ହିତାଧିକାରୀଙ୍କ ପାଇଁ ମଧ୍ୟ ଆର୍ଥିକ ସହାୟତା ବ୍ୟବସ୍ଥା ଅଛି। ଅଟଳ ବୀମିତ୍‍ ବ୍ୟକ୍ତି କଲ୍ୟାଣ ଯୋଜନା (ଏବିଭିକେୱାଇ) ଅଧୀନରେ ଚାକିରୀ ହରାଇଥିବା ହିତାଧିକାରୀଙ୍କୁ ତିନି ମାସ ପର୍ଯ୍ୟନ୍ତ ମାସିକ ୫୦ ପ୍ରତିଶତ ଦରମା ପ୍ରଦାନ କରାଯିବ। ତେବେ ଯଦି ସମ୍ପୃକ୍ତ ହିତାଧିକାରୀ ମାସେ କିମ୍ବା ଦୁଇମାସ ଭିତରେ ନୂଆ ନିଯୁକ୍ତି ପାଉଛନ୍ତି ତେବେ ତାଙ୍କୁ ଏହି ସହାୟତା ମିଳିବ ନାହିଁ। ୧୦ ଜଣରୁ ଅଧିକ କର୍ମଚାରୀ ଥିବା ଅନୁଷ୍ଠାନ ଇଏସ୍‍ଆଇ ସୁବିଧା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ଇଏସ୍‍ଆଇସି, ଆଞ୍ଚଳିକ କାର୍ଯ୍ୟାଳୟର ନିର୍ଦ୍ଦେଶକ ପାର୍ଥସାରଥୀ ପଣ୍ଡା କହିଛନ୍ତି, ଯୋଜନା ସମ୍ପର୍କରେ ସମସ୍ତ ହିତାଧିକାରୀ ସଂସ୍ଥା, ଶ୍ରମିକ ୟୁନିଅନ୍‍ଙ୍କୁ ପତ୍ର ଲେଖି ଅବଗତ କରାଯାଇଛି। ଅନେକ ସମୟରେ ମୃତ ହିତାଧିକାରୀଙ୍କ ପରିବାର ଲୋକଙ୍କୁ ଫୋନ୍‍ କରି ସୂଚନା ଦିଆଯିବା ସହ ଆମେ ତାଙ୍କ ଘରକୁ ଯାଇ ପେନସନ୍‍ ଅର୍ଡର ଦେଉଛୁ। ଆମର ଶାଖା ଅଧିକାରୀମାନଙ୍କୁ ଯୋଜନାର ପରିସର ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ହେଲେ ପେନସନ୍‍ ଯୋଜନା ଅବଧି ବୃଦ୍ଧି କରାଯାଇପାରେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।ଯାଜପୁରବାସୀଙ୍କ ପାଇଁ ଅଧିକ ଜାଣିବା ପାଇଁ ଯାଜପୁରରୋଡ଼ ସ୍ଥିତ ଦଳା ଛକ ନିକଟରେ ଥବା ଇ ଏସ ଆଇ କାର୍ଯ୍ୟଳୟରେ ହିତାଧିକାରୀ ଯୋଗାଯୋଗ କରିପାରିବେ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close