Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ହାତରେ ଧରା ପଡ଼ିଲେ ନକଲି ଶିକ୍ଷକ ,ଜାଲସାର୍ଟିଫିକେଟରେ ଚାକିରୀ କରିଥିବା ସୂଚନା

ଖୋର୍ଦ୍ଧା/ ବାଣପୁର ; ୨୯/୦୮ (ବ୍ୟୁରୋ) :ଖୋର୍ଦ୍ଧା ଜିଲ୍ଲା ବାଣପୁର ରୁ ହୋଇଛି ନକଲି ଶିକ୍ଷକ ର ପର୍ଦଫାସ । ଜାଲ ସାର୍ଟିଫିକେଟ ଦେଇ ସରକାରୀ ବିଦ୍ୟାଳୟରେ ଚାକିରୀ କରୁଥିବା ବେଳେ ନକଲି ଶିକ୍ଷକ ଏବେ ଧରା ପଡିଛନ୍ତି। ଫଳରେ ନକଲି ଶିକ୍ଷକଙ୍କ ନାମରେ ଥାନାରେ ଫୌଜଦାରୀ ମାମଲା ରୁଜୁ କରାଯାଇଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ। ସୂଚନା ଅନୁଯାୟୀ ବାଣପୁରର ପବିତ୍ର କୁମାର ପଣ୍ଡା ବିଷ୍ଣୁଡିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ତେବେ ରେଗୁଲାର ଚାକିରୀ ହେବା ନିମନ୍ତେ ସରକାରୀ ନିୟମ ମୁତାବକ ସମସ୍ତ କନିଷ୍ଠ ଶିକ୍ଷକଙ୍କ କାଗଜପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଗତବର୍ଷ ଯାଞ୍ଚ ବେଳେ ପବିତ୍ରଙ୍କ ବିଇଡ଼ି ସାର୍ଟିଫିକେଟ ନକଲି ଥିବା ଜିଲ୍ଲା ଶିକ୍ଷା ଅଧିକାରିଣୀ ବନ୍ଦନା ମହାପାତ୍ର ଜାଣିବାକୁ ପାଇଥିଲେ। ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବିଇଡ଼ି କରିଥିବାର ସରକାରଙ୍କୁ ସୂଚନା ଦେଇଥିଲେ। ଏଥି ନିମନ୍ତେ ଗତ ୬.୫.୨୦୨୦ ତାରିଖରୁ ତାଙ୍କୁ ଚାକିରୀରୁ ଅବ୍ୟାହତି ଦିଆଯାଇଥିଲା। ହେଲେ ଗତ ଅଗଷ୍ଟ ୨୪ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରିଣୀ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କୁ ପବିତ୍ରଙ୍କ ବିରୁଦ୍ଧରେ ବାଣପୁର ଥାନାରେ ଏକ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହାଫଳରେ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଣପୁର ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ କରିବାରୁ ପୋଲିସ କେସ ନମ୍ବର ୩୦୧ ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close