ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଡିଓ


ସୁବର୍ଣ୍ଣପୁର ; ୨୯/୦୮ (ବ୍ୟୁରୋ) : ବରଗଡ଼ ଜିଲ୍ଲା ବିଜେପୁର ବିଡିଓ ପଦ୍ନନାଭ ସାମନ୍ତ ଭିଜିଲାନ୍ସ ହାତରେ ।ଭଡ଼ା ଗାଡ଼ିରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଡିଓ। ଟଙ୍କାର ହିସାବ ଦେଇ ନ ପାରିବାରୁ ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।ସୂଚନା ଅନୁସାରେ ଏକ ଭଡ଼ା କାର୍‌ରେ ପଦ୍ନନାଭ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ସୋନପୁର ଭିଜିଲାନ୍ସ ବିଭାଗ ଖବର ପାଇଥିଲା। ଯୋଜନା ମୁତାବକ, ଭିଜିଲାନ୍ସ ଟିମ୍‌ ବିନିକା ସେତୁ ନିକଟରେ ପୂର୍ବରୁ ଲୁଚି ରହିଥିଲେ।ବିଡିଓ ସେଠାରେ ପହଞ୍ଚିବା ପରେ ତାଙ୍କ ଗାଡ଼ିକୁ ଅଟକା ଯାଇ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଗାଡ଼ି ଭିତରୁ ୩ ଲକ୍ଷ ୫୧ ହଜାର ୩ଶହ ଟଙ୍କା ମିଳିଥିଲା। ବିଡିଓ ଟଙ୍କାର ହିସାବ ନଦେଇ ପାରିବାରୁ ତାଙ୍କୁ ଅଟକ ରଖାଯାଇଛି। ଭିଜିଲାନ୍ସ ଟିମ୍‌ ତାଙ୍କୁ ସୋନପୁର ସ୍ଥିତ ଭିଜିଲାନ୍ସ ଅଫିସ ନେଇ ପଚରାଉଚରା ଚଳାଇଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close