ଓଡ଼ିଶା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

କୋରାପୁଟ / ସେମିଳିଗୁଡ଼ା ; ୨୬/୦୮ (ବ୍ୟୁରୋ) : ଓଡ଼ିଶା ସାମ୍ବାଦିକ ସଂଘ କୋରାପୁଟ ଶାଖାର ସାଧାରଣ ପରିଷଦ ବୈଠକ କୋରାପୁଟ ଜିଲ୍ଲାର ସୁନାବେଡ଼ା ସ୍ଥିତ ଏନ.ଏ.ସି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି lଏଥିରେ ମୁଖ୍ୟ ଅତିଥି ରୂପେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁରାମ ପଡ଼ାଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଟ୍ଟାଙ୍ଗୀ ବିଧାୟକ ଶ୍ରୀଯୁକ୍ତ ପ୍ରୀତମ ପାଢ଼ୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତୁଳସୀ କିର୍ଷାନୀ, ସେମିଳିଗୁଡ଼ା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅନନ୍ତରାମ ମାଟାମ, ଓଡ଼ିଶା ସାମ୍ବାଦିକ ସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶଶିଭୂଷଣ ପ୍ରହରାଜ, ରାଜ୍ୟ ସଂଯୋଜକ ଶ୍ରୀ ବିଶ୍ୱରଞ୍ଜନ ପାଣିଗ୍ରାହୀ, ରାଜ୍ୟ ଉପ ସଭାପତି ଶ୍ରୀ କେ. ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇଥିଲେ ।ଏହି ବୈଠକରେ କୋରାପୁଟ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଖବର କାଗଜ “ସମାଜ”ର ଜିଲ୍ଲା ପ୍ରତିନିଧି ଶ୍ରୀ ଦିଲ୍ଲୀପ ମହାନ୍ତି ଏବଂ ସମାଜସେବୀ ଶ୍ରୀ ସନ୍ତୋଷ କୁମାର ରାଉତ ଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା ।ଏହା ପରେ ବୈଠକ ରେ ବିଭିନ୍ନ ବିଷୟ ତଥା ନିର୍ଭୀକ,ସତ୍ୟ ଉପରେ ପ୍ରମାଣ ଯୋଗାଡ଼ କରିବା କାହା ଚାପରେ ବିଚଳିତ ନ ହୋଇ ସଚୋଟ ଭାବରେ ଦୁର୍ନୀତି ଉପରେ ନିଃସ୍ୱାର୍ଥପର ଭାବରେ ଖବର ପରିବେଷଣ କରିବା ଏଭଳି ବିଭିନ୍ନ ବିଷୟ କୁ ନେଇ ଆଲୋଚନା କରିବା ସହିତ ଶେଷରେ ଓଡ଼ିଶା ସାମ୍ବାଦିକ ସଂଘ କୋରାପୁଟ ଶାଖା ର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା ।ଏହି ନିର୍ବାଚନ ରେ ଓଡ଼ିଶା ସାମ୍ବାଦିକ ସଂଘ ର କୋରାପୁଟ ଜିଲ୍ଲା ସଭାପତି ଭାବେ ଶ୍ରୀଯୁକ୍ତ ଜୟସିଂ ପଡ଼ାସେଠୀ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବେ ଶ୍ରୀ ହରିଶ ପଟ୍ଟନାୟକ ମନୋନୀତ ହୋଇଛନ୍ତି ।ସେହିପରି କୋଷାଧ୍ୟକ୍ଷ ଭାବେ ଶ୍ରୀ ରାଜେନ୍ଦ୍ର ଧଳ, ଉପ ସଭାପତି ଭାବେ ଶ୍ରୀ ରବିଶଙ୍କର ମହାପାତ୍ର ଏବଂ ଶ୍ୟାମ ଖିଲ, ସେହିପରି ସହ ସଂପାଦକ ଭାବେ ଶ୍ରୀ ସରୋଜ କୁମାର ଲେଙ୍କା ଏବଂ ଦୟାନିଧି ପଟ୍ଟନାୟକ ମନୋନୀତ ହୋଇଛନ୍ତି ।ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ସୁଶାନ୍ତ ବାଙ୍କ, ସୁମନ ହନ୍ତାଳ, ବିକ୍ରାନ୍ତ ବେବର୍ତ୍ତା, ଜୁଲିୟସ ନାୟକ, କୃଷ୍ଣଚନ୍ଦ୍ର ଗୋଲୋରୀ, ସି.ଏଚ ଅଶୋକ କୁମାର, ରାଜେନ୍ଦ୍ର ଧଡକା ପ୍ରମୁଖ ଉପସ୍ଥିତ ଥିଲେ ।ଉକ୍ତ ବୈଠକରେ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ସାମ୍ବାଦିକ ମାନେ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close