ଏଣିକି ସଡ଼କ ସୁରକ୍ଷା ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ୱର ; ୨୫/୦୮ (ଜ୍ୟୋତି ରଞ୍ଜନଙ୍କ ଠାରୁ) : ରାଜ୍ୟରେ କଠୋର ହୋଇଉଠିଛି ଟ୍ରାଫିକ୍ ନିୟମ । ଟ୍ରାଫିକ ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ ରଦ୍ଧ ହେବ ଲାଇସେନ୍ସ।ସୁପ୍ରିମକୋର୍ଟର ଏଭଳି ନିର୍ଦ୍ଦେଶ ପରେ ସବୁ RTOଙ୍କୁ ଏନେଇ ଚିଠି ଲେଖିଛନ୍ତି ପରିବହନ କମିଶନର । ରାଜ୍ୟ ପରିବହନ ବିଭାଗର ନିୟମକୁ ଉଲ୍ଲଂଘନ କଲେ ଲାଇସେନ୍ସ ରଦ୍ଦ ହେବା ନେଇ ସ୍ପଷ୍ଟ ସୂଚନା ଦିଆଯାଇଛି ।ସୂଚନାନୁଯାଇ ଯଦି କୌଣସି ଚାଳକ ନିୟମ ଉଲଙ୍ଘନ କରନ୍ତି ତେବେ ତାଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସକୁ ତିନି ମାସ ପର୍ଯ୍ୟନ୍ତ ଅସ୍ଥାୟୀଭାବେ ରଦ୍ଦ କରାଯିବ। ଅମାନିଆ ଙ୍କୁ ସବାଡ଼ କରିବାକୁ ଜାଗ୍ରତ ହୋଇଉଠିଛି ଟ୍ରାଫିକ ପୋଲିସ। ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଥିସହ ଅନେକଙ୍କ ଜୀବନ ହାନି ଘଟୁଛି। ତେଣୁ ଦୁର୍ଘଟଣା ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତିକୁ ସ୍ୱାଗତ ଯୋଗ୍ୟ କୁହାଯାଇଛି। ଦ୍ରୁତ ଗତିରେ ଗାଡ଼ି ଚାଳନା, ମଦ ପିଇ ଗାଡି ଚଳାଇବା, ବିନା ହେଲମେଟ୍‌ରେ ଗାଡ଼ି ଚାଳନା କରିବା ଏବଂ ଗାଡ଼ି ଚଳାଇବା ବେଳେ ମୋବାଇଲ୍‌ ଫୋନ୍ ବ୍ୟବହାର କରିବା ଉପରେ କଡା କଟକଣା ରହିଛି। କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏବେ ସୁଦ୍ଧା ଆଇନ ଉଲ୍ଲଙ୍ଘନ କରି ୨୭ହଜାର ୨୬୪ଜଣଙ୍କ ଲାଇସେନ୍ସ ରଦ୍ଦ ହୋଇଛି । ସେହିପରି ରେଡ୍‌ ଲାଇଟ୍‌ ଉଲ୍ଲଂଘନ କରି ୫୨ଜଣ, ଓଭଲରଲୋଡିଂରେ ହଜାରେ ୬୭ଜଣ, ଗାଡି ଚଳାଇବା ବେଳେ ଫୋନ୍‌ରେ କଥା ହୋଇ ୮୨୦ ଜଣଙ୍କ ଲାଇସେନ୍‌ସ ରଦ୍ଦ କରାଯାଇଥିବା ନେଇ ସୂଚନା ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close