୨ ଅନାଥ ଶିଶୁଙ୍କ ଲାଳନ ପାଳନର ତଦାରଖ କଲେ ‘ମାନବ ସେବା ଫାଉଣ୍ଡେସନ’ର ଗଣେଷ ପ୍ରସାଦ

ଶ୍ରୀବନ୍ତପୁର,୨୪/୮(ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ସହରର ଭଟିଆରେ ରହି ଏକ ଭଙ୍ଗା ଦଦରା ଅଟୋ ଚଳାଉଥିବା ସନାତନ ମଳିକଙ୍କ କରୋନାରେ ତା. ୦୯/୦୫/୨୦୨୧ରେ ତାଙ୍କ କ୍ୟାନସର ପିଡ଼ୀତା ସ୍ତ୍ରୀଙ୍କ ଗତ ଶେଷ ରଜ ୧୬/୬/୨୦୨୧ ରିଖ ଦିନ ପରଲୋକ ହେବା ପରେ ସେମାନଙ୍କର ୬ବର୍ଷର ପୁଅ ଓ ୧୦ମାସର ଏକ ଝିଅ ଅନାଥ ହୋଇଯାଇଥିଲେ । ସେମାନଙ୍କର କେହି ନ ଥିବାରୁ ରସୁଲପୁର ବ୍ଲକ ଶ୍ରୀବନ୍ତପୁର ପଂଚାୟତର ଭଣ୍ଡାରୀପଡ଼ା ଥିବା ସେମାନଙ୍କ ଅଜା ପଂଚାନନ ତରେଇ ସେ ଦୁହିଁଙ୍କୁ ଘରକୁ ନେଇ ରଖିଛନ୍ତି । ତାଙ୍କର ଚଳିବା ସେତେ ଭଲ ହୋଇ ନ ଥିବାରୁ ପିଲା ଦୁହିଁଙ୍କର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏ ଖବର ‘ଉଦୟବଟ’ରେ ପ୍ରକାଶିତ ହେବା ପରେ ବ୍ୟାସନଗର ଅଂଚଳର ଯୁବ ସମାଜସେବୀ ଟିକାୟତ ପାଲ ‘ମାନବ ସେବା ଫାଉଣ୍ଡେସନ’, ଯାଜପୁର, ଓଡ଼ିଶାଙ୍କୁ ଏ ବିଷୟରେ ଅବଗତ କରିବା ପରେ ଅନୁଷ୍ଠାନ ପକ୍ଷରୁ ଅନାଥ ପିଲା ୦୨ଜଣଙ୍କୁ ଦେଖିବା ପାଇଁ ଗତ ମାସରେ ଭଣ୍ଡାରିପଡ଼ାକୁ ଯାଇ ବେସାହାରା ତଥା ନିଷ୍ପାପ ଶିଶୁ ୨ଟିକୁ ଦେଖିବା ସହିତ ତାଙ୍କ ଅଜା ଓ ଆଈଙ୍କୁ ସେମାନଙ୍କ ଭଲମନ୍ଦ ବାବଦରେ ପଚାରି ବୁଝିଥିଲେ । ପିଲାମାନଙ୍କ ଚଳିବା ପାଇଁ ସଂଗରେ ନେଇଥିବା ବିଭିନ୍ନ ଜିନିଷ, ପୋଷାକ, ୧ ମାସ ପାଇଁ ଚଳିବା ଭଳି ଖାଦ୍ୟ ସାମଗ୍ରୀ ଆଦି ଦେଇଥିଲେ । ଏଥିସହିତ ଅନୁଷ୍ଠାନ ଶିଶୁ ୦୨ଜଣଙ୍କର ଲାଳନ ପାଳନର ଭରସା ଦେଇଥିଲେ । ମାସରେ ସେମାନଙ୍କୁ ଥରେ ଭେଟିବା ସହିତ ସେମାନଙ୍କ ଆବଶ୍ୟକୀୟ ଜିନିଷପତ୍ର, ପୋଷାକ, ଔଷଧ ଆଦି ଯାବତୀୟ ଜିନିଷ ଦେବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ । ଫଳସ୍ୱରୂପ ଗତ କାଲି ଅନୁଷ୍ଠାନର ଗଣେଷ ପ୍ରସାଦ ଜେନା ପିଲା ଦୁହିଁଙ୍କର ଆବଶ୍ୟକୀୟ ସାମଗ୍ରୀ ନେଇ ଭଣ୍ଡାରୀପଡ଼ାକୁ ଯାଇ ପିଲା ଦୁହିଁଙ୍କୁ ଭେଟ କରି ଜିନିଷପତ୍ର ଦେଇଥିଲେ । ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଶ୍ରୀ ଜେନାଙ୍କୁ ଏହି ମହତ କାର୍ଯ୍ୟ ପଇଁ ସାଧୁବାଦ ଜଣାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close