ପ୍ରେମରେ ବିଫଳ ହେବା ପରେ ପ୍ରେମିିକ କଲେ ଏଭଳି କାମ, ଏବେ ଡାକ୍ତରଖାନାରେ

ସୋର;୨୩/୦୮ (ସନ୍ତୋଷ ରଥଙ୍କ ଠାରୁ ): ପ୍ରେମରେ ବିଫଳ ହେବାରୁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଟ୍ରେନ୍ ଲାଇନ୍‌ରେ ଶୋଇ ଜୀବନ ହାରିବାକୁ ଚେଷ୍ଟା କରିଥିଲେ ହେଲେ ଅଳ୍ପକେ ବର୍ତ୍ତିଗଲେ ଯୁବକ। ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ରେଲୱେ ଷ୍ଟେସନ୍ ନିକଟରେ। ଯୁବକଙ୍କ ସ୍ଵାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ରହିଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ ପ୍ରେମରେ ବିଫଳ ହେବାରୁ ଟ୍ରେନ୍ ଲାଇନ୍‌ରେ ଶୋଇ ଜଣେ ଯୁବକ ଜୀବନ ହାରିବାକୁ ଚେଷ୍ଟା କରିଛନ୍ତି। ଯୁବକ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ଲକ୍ଷ୍ମିଦାସପୁର ଅଞ୍ଚଳର ମନୋଜ ନାୟକ। ସେ ପ୍ରେମରେ ବିଫଳ ହେବାରୁ ସୋର ରେଲୱେ ଷ୍ଟେସନ୍ ଠାରୁ କିଛି ଦୂରରେ ରେଳ ଧାରଣାରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ତେବେ ମନୋଜ ରେଳ ଧାରଣାରେ ଶୋଇଥିବା ବେଳେ ଟ୍ରେନ୍ ଆସିବାରୁ ଭୟରେ ଉଠି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଟ୍ରେନ୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଯୁବକ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି। ମନୋଜଙ୍କର ଗୋଡ଼ କଟି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଷ୍ଟେସନ କର୍ମଚାରୀ ଓ ଆରପିଏଫ୍ କର୍ମଚାରୀ ଉଦ୍ଧାର କରି ତାଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close