ଯାଜପୁରରୋଡରେ ରେଳବାଇ ଡିଭିଜନ ପାଇଁ ନୂଆଗଡ଼ରେ ଦସ୍ତଖତ ଅଭିଯାନ ଓ ଦାବୀ ସଭା

ରଗଡ଼ି,୦୭ା୮(ପ୍ରଭାତ କୁମାର ଭୂୟାଁଙ୍କ ଠାରୁ): କିଛି ଦିନ ତଳେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡ଼ିଶାର ରାଜ୍ୟ ସଭା ସାଂସଦ ତଥା ପୂର୍ବତନ ବରିଷ୍ଠ ପ୍ରଶାସକ ଅଶ୍ୱିନୀ ବୈଷ୍ଣବ ଗୁରୁତ୍ୱପୂର୍ଣ୍ଣ ରେଳ ବିଭାଗର କ୍ୟାବିନେଟ ମନ୍ତ୍ରୀ ହେବା ପରେ ଓଡ଼ିଶାରେ ରେଳ ଭିତିଭୂମିର ସବିଶେଷ ବିକାଶ ହେବା ପାଇଁ ବିଭିନ୍ନ ମହଲରେ ଆଶା ବଢ଼ିଯାଇଛି । ଦୀର୍ଘ ୩-୪ ବର୍ଷ ଧରି ପୂର୍ବତଟ ରେଳ ଜୋନ ଅଧିନସ୍ଥ ଯାଜପୁର-କେଉଁଝରରୋଡ଼ରେ ଏକ ନୂତନ ରେଳ ଡିଭିଜନ ପାଇଁ ଦାବୀ ଉଠାଇ ଶ୍ରମିକ ନେତା ତଥା ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଲଗାତର କାର୍ଯ୍ୟକ୍ରମ ଚଳାଇ ଆସିଥିବା ସମାଜସେବୀ, ଯୁବ ପ୍ରତିଭାମାନେ ଅଧିକ କ୍ରିୟାଶୀଳ ହୋଇଛନ୍ତି । ଶ୍ରୀ ରାଉତଙ୍କ ପ୍ରଚେଷ୍ଟାରେ ଯାଜପୁର ଜିଲ୍ଲା ଓ ଅନ୍ୟାନ ସ୍ଥାନରେ ଚାଲୁ ରହିଥିବା ଦସ୍ତଖତ ଅଭିଯାନ ଓ ସଚେତନତା ସଭା ଆଦି ଯୋରଦାର ହୋଇଛି । ଏବେ ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଏହି ଦାବୀ ପୂରଣ ଦିଗରେ ଆଗଭର ହୋଇ ବିଭିନ୍ନ କାର୍ଯ୍ୟକ୍ରମକୁ ଆପଣେଇଛନ୍ତି । ପ୍ରତ୍ୟେକ ଦିନ କିଛି ନା କିଛି ବ୍ୟକ୍ତିବିଶେଷଙ୍କୁ ଯୋଗାଯୋଗ କରାଯାଇ ଦାବୀ ସଂର୍ପକରେ ଅବଗତ କରାଯିବା ସହ ସେମାନଙ୍କ ସହଯୋଗ କାମନା କରାଯାଇ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ନୂତନ ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସଂଗ୍ରହ କରାଯାଉଛି । ଖୁବ୍ ଶୀଘ୍ର ଏହି ଦାବୀପତ୍ର ପ୍ରଦାନ ପାଇଁ ଉଦ୍ୟମ ଚାଲୁ ରହିଛି ।
    ଆଜି ସନ୍ଧ୍ୟାରେ କୋରେଇ ବ୍ଲକ ତଳଗଡ଼ ଗ୍ରାମ ପଂଚାୟତର ନୂଆଗଡ଼ ନିକଟବର୍ତୀ ନିମମଣ୍ଡଳୀ ଠାରେ ‘ହିନ୍ଦୁ ସୁରକ୍ଷା ସେନା’ ଆବାହକତ୍ୱରେ ଏକ ସଚେତନତା ସଭା କରାଯିବା ସହ ଏହି ଦାବୀକୁ ତୃଣମୂଳ ସ୍ତର ଗାଁ ଗଣ୍ଡା ବସ୍ତି ପର୍ଯ୍ୟନ୍ତ ନିଆଯାଇ ଜନ ସମର୍ଥନ ଯୋଗାଡ କରାଯାଉଛି । ଏଥିରେ ଯାଜପୁରରୋଡ ରେଳ ଡିଭିଜନ ଦାବୀ କମିଟିର ମୁଖ୍ୟ ପୁରୋଧା ଶ୍ରୀ ରାଉତ ଯୋଗ ଦେଇ ଯାଜପୁରରୋଡରେ ନୂତନ ରେଳ ଡିଭିଜନ ପ୍ରତିଷ୍ଠାର ଯଥାର୍ଥତା ଉପରେ ବୁଝାଇଥିଲେ । ଦାବୀ ପୂରଣ ଦିଗରେ ଦଳମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । ବିଶେଷକରି ଯୁବବର୍ଗମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ‘ହିନ୍ଦୁ ସୁରକ୍ଷା ସେନା’ର ଯାଜପୁର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର, ଯୁବ ସମାଜସେବୀ ଦୁଷ୍ମନ୍ତ କୁମାର ପାତ୍ର, ନିମମଣ୍ଡଳୀ ୱାର୍ଡ଼ ସଭ୍ୟ ପ୍ରଫୁଲ୍ଲ ଦେହୁରୀ, ରାଜେଶ ଡାଙ୍ଗ, କୃପାସିନ୍ଧୁ ପାତ୍ର, ବାଇନ ପାତ୍ର, ବସନ୍ତ ନାୟକ, କାର୍ତିକ ଦଳେଇ, ପିତାମ୍ବର ନାୟକ, ଗଣେଷ ଖଟୁଆ, ରୁନୁ ସାମଲ, ଦୀପକ ନାୟକ, ମନଥମ ନାୟକ ପ୍ରମୁଖ ଯୋଗ ଦେଇ ଦାବୀପୂରଣ ଦିଗରେ ସମସ୍ତେ ଲାଗି ପଡ଼ିବାକୁ ନିବେଦନ କରିଥିଲେ । କରୋନା କଟକଣା ପାଇଁ ଛୋଟ ଛୋଟ ସଭା କରାଯିବା ସହ ଦାବୀ ପୂରଣ ପାଇଁ ଜନ ସଚେତନତାକୁ ବ୍ୟାପକ କରାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close