ଯାଜପୁର ଜିଲ୍ଲାରେ ଅତିରିକ୍ତ ୧୧ ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳ ପ୍ରସ୍ତୁତ ହେବ

ଯାଜପୁର, ୧୯ା୮: ଯାଜପୁର ଜିଲ୍ଲା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା । ବିଶେଷକରି ବନ୍ୟା ଓ ବାତ୍ୟା ଦ୍ୱାରା ଏହି ଜିଲ୍ଲାରେ ସର୍ବାଧିକ କ୍ଷତି ଘଟିଥାଏ । ଜିଲ୍ଲାରେ ସେଥିପାଇଁ କ୍ଷତିଗ୍ରସ୍ତ ଅଂଚଳର ଲୋକମାନଙ୍କ ଜୀବନ ରକ୍ଷା ଓ ସୁରକ୍ଷା ପାଇଁ ୨୬ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳ ଥିବା ବେଳେ ଆଊ ୧୧ ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳକୁ ସରକାର ମଞ୍ଜୁର କରିଚ୍ଥନ୍ତି ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ସୂଚନା ଦେଇଚ୍ଥନ୍ତି । ଆଜି ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳର ପରିଚାଳନା ଓ ରକ୍ଷଣାବେକ୍ଷଣ ସଂପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ମଲ୍ଲିକ ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ଆଶ୍ରୟ ସ୍ଥଳକୁ ସରକାରଙ୍କର ମାର୍ଗଦର୍ଶିକା ଅନୁସାରେ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ଏହାର ମାନ, ସାଧାରଣ ଲୋକମାନଙ୍କର ଆବଶ୍ୟକତା, ବ୍ୟବହାର ଊପଯୋଗୀ, ପଶୁପକ୍ଷୀଙ୍କ ପାଇଁ ବ୍ୟବସ୍ଥା, ଜେନେରେଟର, ପାଣି ବ୍ୟବସ୍ଥା ଇତ୍ୟାଦିକୁ ଊନ୍ନତ ମାନର କରିବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲାର ବିଂଝାରପୁର ବ୍ଳ୍‌କର କଲ୍ୟାଣପୁର, ଟିଣା, ଜରୀ, ଦଶରଥପୁର ବ୍ଳ୍‌କର କୟାଁ, ଧର୍ମଶାଳା ବ୍ଳ୍‌କର ପାଟପୁର, ଅଣ୍ଟିଆ, ଜେନାପୁର, ଯାଜପୁର ବ୍ଳ୍‌କର ଭୁବନେଶ୍ୱରପୁର, ନାଥସାହି, ଭୂଇଁପୁର ଓ ଜାପଂରପୁର ଠାରେ ଏହି ୧୧ ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳ ପ୍ରସ୍ତୁତ ହେବ । ଏହାର ପରିଚାଳନା ପାଇଁ ସ୍ଥାନୀୟ ସରପଂଚ, କମିଟିର ଅଧ୍ୟକ୍ଷ ରହିବାକୁ ଥିବାବେଳେ ସଂପାଦକ ଭାବେ ଜଣେ ସ୍ୱେଚ୍ଚ୍ଥାସେବୀ ରହିବେ । ଏହି କମିଟିରେ ସରକାରୀ ଓ ବେସରକାରୀ ସଦସ୍ୟମାନେ ରହି ପରିଚାଳନା ଓ ରକ୍ଷଣା ବେକ୍ଷଣ ପ୍ରତି ଦୃଷ୍ଟି ଦେବେ । ଅପର ପକ୍ଷରେ ଗ୍ରାମ ସ୍ତରରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ଅଧିକ କ୍ରିୟାଶୀଳ କରିବାକୁ ଶ୍ରୀ ମଲ୍ଲିକ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେଊରିଆ, ବିଭିନ୍ନ ବ୍ଳ୍‌କର ଗୋୁଷ୍ଠୀ ଊନ୍ନୟର ଅଧିକାରୀ, ତହସିଲଦାର, ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଜରୁରୀ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ ପାୱାର ପ୍ରେଜେଣ୍ଟେସନ ମାଧ୍ୟମରେ ବିବିଧ ସୂଚନା ଓ ସରକାରୀ ନିର୍ଦ୍ଦେଶନାମା ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ଜିଲ୍ଲା ଜରୁରୀ ଅଧିକାରୀ ଊମେଶ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close