ଖାଉଟିଙ୍କ ଉପରେ ମହଙ୍ଗା ମାଡ଼,ଏଲପିଜି ସିଲିଣ୍ଡର ଦର ବୃଦ୍ଧି

ନୂଆଦିଲ୍ଲୀ ; ୧୯/୦୮ (ବ୍ୟୁରୋ) : ଦରଦାମ ବୃଦ୍ଧିର ଚଡକ ଲୋକଙ୍କ ଅଣ୍ଟା ଭାଙ୍ଗି ବସିଲାଣି। ତେଲ କମ୍ପାନିମାନେ ପୁଣି ଥରେ ଏଲପିଜି ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି । ଘରୋଇ ଅଣ-ସବସୀଡି ଏଲପିଜି ସିଲିଣ୍ଡର ମୂଲ୍ୟ ୨୫ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ପରେ ଦିଲ୍ଲୀରେ ଏକ ୧୪.୨ କିଲୋଗ୍ରାମର ଅଣ-ସବସୀଡି ଏଲପିଜି ସିଲିଣ୍ଡର ମୂଲ୍ୟ ୮୫୯.୫ ଟଙ୍କାକୁ ବୃଦ୍ଧି ପାଇଛି । ଚେନ୍ନାଇରେ ଏହା ୮୭୫ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି । ଭୁବନେଶ୍ବରରେ ପୂର୍ବରୁ ଅଣସବସୀଡି ଏଲପିଜି ସିଲିଣ୍ଡର ମୂଲ୍ୟ ୮୮୬ ଟଙ୍କା ଥିବାବେଳେ ଏବେ ତାହା ୯୧୧ ଟଙ୍କାକୁ ବୃଦ୍ଧି ପାଇଛି । ଚଳିତ ବର୍ଷ ଆରମ୍ଭରେ ଏଲପିଜି ସିଲିଣ୍ଡର ପିଛା ଦିଲ୍ଲୀରେ ୬୯୪ ଟଙ୍କା ଥିଲା । ଫେବ୍ରୁଆରି ୧୫ ସୁଦ୍ଧା ଏହା ୭୬୯ ଟଙ୍କାକୁ ବୃଦ୍ଧି ପାଇଥିଲା । ମାର୍ଚ୍ଚରେ ଏହା ୮୧୯ ଟଙ୍କାରେ ପହଞ୍ଚିଥିଲା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ତେଲ ଉପରୁ ଉତ୍ପାଦ ଶୁଳକ ହ୍ରାସ କରିବାର କୌଣସି ଯୋଜନା ନାହିଁ । ଏଭଳି ଦରଦାମ ବୃଦ୍ଧି ହେଲେ ସାଧାରଣ ଜନ ଜୀବନ ବଞ୍ଚିବା କଷ୍ଟସାଧ୍ୟ ହୋଇପଡିବ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close