ଯାଜପୁର ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଯାଜପୁର, ୧୮ା୮: ଶିଶୁ ହସିଲେ ଜଗତ ହସେ । ସେଥିପାଇଁ ଶିଶୁକୁ ଅମୃତର ସନ୍ତାନ ବୋଲି କୁହାଯାଏ । ତେଣୁ ଶିଶୁର ଅଧିକାର ଓ ଯତ୍ନକୁ ଅବହେଳା କରାଯିବା ଊଚିତ ନୁହେ ବୋଲି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ଆହ୍ୱାନ ଦେଇଚ୍ଥନ୍ତି । ଗତକାଲି ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସଭାପତିଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲା ପରିଷଦ ସଭାପତି ଶ୍ରୀ ମହାନ୍ତି ସଂପ୍ରତି କୋଭିଡ ପାଇଁ ସମାଜରେ ଶିଶୁମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହ ସେମାନଙ୍କର ଶୈଶବ କ୍ଷତିଗ୍ରସ୍ତ ହେଊଚ୍ଥି ବୋଲି କହିଥିଲେ । ଏକ ସୁସ୍ଥ ପରିବେଶରେ ଶିଶୁ ବଢିବା, ପଢିବା ବ୍ୟବସ୍ଥା ଥିଲେ ମଧ୍ୟ ଅନେକ ଶିଶୁଙ୍କୁ ତାହା ପ୍ରାପ୍ତ ହେଊନାହିଁ । ରାଜ୍ୟ ସରକାର ଆଶୀର୍ବାଦ ଯୋଜନା ପ୍ରଣୟନ କରିବା ଶିଶୁମାନଙ୍କ ପାଇଁ ବରଦାନ ସଦୃଶ । ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନେ ସମ୍ୱେଦନଶୀଳ ହୋଇ ସରକାରୀ ମାର୍ଗଦର୍ଶିକା ଅନୁସାରେ ହିତାଧିକାରୀଙ୍କୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ଚିହ୍ନଟ ଓ ସହାୟତା ପ୍ରଦାନ ବ୍ୟବସ୍ଥା କରିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ । ବିସ୍ତୃତ ଆଲୋଚନା ପରେ ନିଷ୍ପତି ହେଲା ଯେ, ତ୍ରୈମାସିକ ଭାବେ ପଂଚାୟତ ଓ ବ୍ଳ୍‌କ ସ୍ତରରେ ଶିଶୁ ସୁରକ୍ଷା ଊପରେ ବୈଠକ କରାଯିବ । ବାଲ୍ୟ ବିବାହକୁ ରୋକିବା ସହ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା ପାଇଁ ପଦକ୍ଷେପ ନିଆଯିବ । ଶିଶୁ ସୁରକ୍ଷା ସଂପର୍କିତ ସଚେତନତା ବାର୍ତା ବିଭିନ୍ନ ପ୍ରଚାର ପତ୍ର, ହୋଡିଂ, ମାଇକ ଇତ୍ୟାଦି ମାଧ୍ୟମରେ କରାଯିବ । ଶିଶୁ ଶ୍ରମିକ ଟାସ୍କପୋଂର୍ସ କମିଟି ବୈଠକ ନିୟମିତ ଆୟୋଜନ ସହ ଧରପଗଡକୁ ତ୍ୱରାନ୍ୱିତ କରାଯିବ । ଡ୍ରପ ଆଊଟ ପିଲାମାନଙ୍କୁ ପୁନଶ୍ଚ ବିଦ୍ୟାଳକୁ ପେଂରସ୍ତ ଆଣି ପଢାଇବାର ବ୍ୟବସ୍ଥା କରାଯିବ । ଦାୟିତ୍ୱରେ ଥିବା ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ସ୍ୱେଚ୍ଚ୍ଥସେବୀ ସଙ୍ଗଠନ, ଶିଶୁ ଗୃହ କର୍ମଚାରୀମାନଙ୍କୁ ଶିଶୁ ସୁରକ୍ଷା ଓ ଶିଶୁ ଯତ୍ନ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । କୋଭିଡର ଦ୍ୱିତୀୟ ଲହରୀରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ସେଥିପ୍ରତି ପ୍ରତ୍ୟେକ ବିଭାଗ ଊପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଭାପତି ପରାମର୍ଶ ଦେଇଥିଲେ । ସରକାରୀ ମାର୍ଗଦର୍ଶିକାକୁ ପାଳନ ସହ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନଗୁଡିକରେ ଅଧିକ ସତର୍କତା ବ୍ୟବସ୍ଥା ଊପରେ ସେ ଗୁରୁତ୍ୱ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ସମସ୍ତଙ୍କୁ ସ୍ୱାଗତ ସହ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ କୋଭିଡ ନିୟନ୍ତ୍ରଣ ସଂପର୍କରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଊପରେ ଆଲୋକପାତ କରିଥିଲେ । ଏଥିରେ ଯାଜପୁର ବ୍ଳ୍‌କ ଅଧ୍ୟକ୍ଷ ପ୍ରଦିପ କୁମାର ନାୟକ, ବିଂଝାରପୁର ବ୍ଳ୍‌କ ଅଧ୍ୟକ୍ଷ ନନ୍ଦ କିଶୋର ସାମଲ, ଏ.ଡି.ଏମ୍‌.ଓ ଡା. ସୁଧାଂଶୁ ଶେଖର ବଳ, ଡି.ଏସ୍‌.ପି ମମତା ସାହୁ, ଓରମାସର ଡେପୁଟୀ ସି.ଇ.ଓ କ୍ଷିତିଶ ବଳ, ଜିଲ୍ଲା ଶିକ୍ଷା ଅଧିକରୀଙ୍କ ପ୍ରତିନିଧି ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ପ୍ରମୁଖ ଊପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶିଶୁ ସୁରକ୍ଷାର କର୍ମଚାରୀମାନେ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close