ଭାରସାମ୍ୟ ହରାଇ ଓଲଟିଲା ଫଳ ବୋଝେଇ ମିନି ଟ୍ରକ

ବାଲିଗୁଡା ;୧୪/୦୮(ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ଠାରୁ ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପୁରୁଣାସାହି ନିକଟରେ ଘଟିଛି ଦୁର୍ଘଟଣା । ଗାଡ଼ିରେ ଥିବା ତିନିଜଣ ଆହତ ହୋଇଛନ୍ତି ସମସ୍ତଙ୍କୁ କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ପ୍ରକାରେ ଶନିବାର ଦିନ ବ୍ରହ୍ମପୁରରୁ ଫଳ ନେଇ ଏକ ମିନି ଟ୍ରକ ବାଲିଗୁଡ଼ା ଆସୁଥିବା ବେଳେ କ.ନୂଆଗାଁ ପୁରୁଣା ସାହି ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଡ୍ରାଇଭର ସମେତ ଗାଡ଼ିରେ ଥିବା ତିନିଜଣ ଆହତ ହୋଇଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close