ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉପଲକ୍ଷେ ରାଜଧାନୀବାସୀଙ୍କ ପାଇଁ କମିଶନରେଟ୍ ଟ୍ରାଫିକ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ

ଭୁବନେଶ୍ୱର ; ୧୩/୦୮(ଉ.ନି.ବ୍ୟୁରୋ): ୭୫ତମ ସ୍ୱାଧୀନତା ଦିବସ ପ୍ୟାରେଡ ଉପଲକ୍ଷେ ରାଜଧାନୀବାସୀଙ୍କ ପାଇଁ କମିଶନରେଟ୍ ଟ୍ରାଫିକ ପୋଲିସ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି। ଆସନ୍ତା ଅଗଷ୍ଟ ୧୫ ରିଖ ଦିନ ସକାଳ ୭.୩୦ ମିନିଟ ଠାରୁ ପ୍ୟାରେଡ ସରିବା ପର୍ଯ୍ୟନ୍ତ କୌଣସି ଯାନ ବାହାନ ରାମ ମନ୍ଦିର ଛକ ଠାରୁ ହାଉସିଂ ବୋର୍ଡ ଛକ (ଏମ.ବି. ଏସ. ସ୍କୁଲ ଠାରୁ ସେଣ୍ଟ. ଜୋସେଫ ସ୍କୁଲ ) ରାସ୍ତା ଦେଇ ଯାଇପାରିବେ ନାହିଁ । ଯେଉଁ ଗାଡ଼ି ଗୁଡ଼ିକ ହାଉସିଂ ବୋର୍ଡ ଛକ ପଟୁ ରାମ ମନ୍ଦିର ଛକ ଆଡକୁ ଯିବାକୁ ଚାହିଁବେ, ସେମାନେ ଏମ.ବି.ଏସ. ସ୍କୁଲ ଗଳି ରାସ୍ତା ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ଦେଇ ଯାଇପାରିବେ, ସେହିପରି ଯେଉଁ ଗାଡି ଗୁଡିକ ରାମ ମନ୍ଦିର ଛକ ପଟୁ ହାଉସିଂ ବୋର୍ଡ ଛକ ଆଡ଼କୁ ଯିବାକୁ ଚାହିଁବେ, ସେମାନେ ସେଣ୍ଟ, ଜୋସେଫ ସ୍କୁଲ ଗଳି ରାସ୍ତାରେ ଯାଇ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ଦେଇ ଯାଇପାରିବେ । ପି.ଏମ.ଜି. ଓ କେଶରୀ ଟକୀଜ ପଟୁ ଆସୁଥିବା ସମସ୍ତ ଗାଡି ଗୁଡିକୁ ଚାର୍ଲ ହୋଟେଲ ଠାରୁ ସଚିବାଳୟ ମାର୍ଗ ଆଡକୁ ଯାଇଥିବା ରାସ୍ତା ଦେଇ ଯାଇପାରିବେ । ହାଉସିଂବୋର୍ଡ ଓ ରାମ ମନ୍ଦିର ରାସ୍ତା କୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଗୁଡିକ ଦେଇ କୌଣସି ଯାନବାହାନ ଚଳାଚଳ କରିପାରିବେ ନାହିଁ । ହାଉସିଂ ବୋର୍ଡ ଓ ରାମ ମନ୍ଦିର ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଗୁଡିକ ଦେଇ କୌଣସି ଯାନବାହାନ ଚଳାଚଳ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ୧୫ ତାରିଖ ଦିନ ସକାଳ ୬.୩୦ରୁ ପ୍ୟାରେଡ ସରିବା ପର୍ଯ୍ୟନ୍ତ ମଧୁସୂଦନ ମାର୍ଗ ମଧ୍ୟରେ ଥିବା ହାଉସିଂ ବୋର୍ଡ ଓ ରାମ ମନ୍ଦିର ରାସ୍ତା ଓ ଏହାର ଆଖପାଖରେ କେହି ଗ୍ୟାସ ବେଲୁନ ବିକ୍ରୀ କରିପାରିବେ ନାହିଁ ।ଏହି ନିୟମର ଖୁଲାପ କଲେ ଖୁଲାପ କାରୀଙ୍କ ଠାରୁ ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ, ୨୦୦୩ ଧାରା ୯୬ ଅନୁସାରେ ୫୦୦ ଟଙ୍କା କିମ୍ବା ସର୍ବାଧିକ ୧୦୦୦ ଟଙ୍କାର ଜୋରିମାନା ଅଦାୟ କରାଯିବ ବୋଲି କୁହାଯାଇଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close