ୱାର୍ଡ଼ ନଂ-୧୦ରେ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର ; ୦୯/୦୮ (ଜ୍ୟୋତି ରଞ୍ଜନଙ୍କ ଠାରୁ ) : ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେ୍ଶରେ ଆଜି ବିଶ୍ବ ବିଜୟିନୀ ମହିଳା ମହାସଂଘ ପକ୍ଷରୁ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆର ସଚେତନତା କାର୍ଯ୍ୟକ୍ରମ ୱାର୍ଡ଼ ନଂ-୧୦ର ଭୋଟପଡ଼ା ତ୍ରିନାଥ ମନ୍ଦିର ଠାରୁ ମଞ୍ଚେଶ୍ବର ଶିଳ୍ପାଞ୍ଚଳର ମଧ୍ୟରେ ଥିବା ସମସ୍ତ ବସ୍ତି ଅଞ୍ଚଳରେ ପରିକ୍ରମା କରି ଜନସଚେତନତା ସ୍ଲୋ୍ଗନ ଦେଇ ହାଡ଼ବାଇ ବସ୍ତି ଆଖପାଖ ଅଞ୍ଚଳ ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ବ ବିଜୟିନୀ ମହିଳା ମହାସଂଘ ସଂପାଦିକା ଭାରତୀ ମହାପାତ୍ର, ମହାସଂଘର ଉପଦେଷ୍ଟା ପ୍ରଗତୀ ନାୟକ, ସରୋଜ ଦାଶ, ସମାଜସେବୀ ଦାଶରଥୀ ନାୟକ, ଉପସଭାପତି ବିଣା ନାୟକ, କୋଷାଧ୍ୟକ୍ଷ କଳ୍ପନା ମଞ୍ଜରୀ ପତି, ରଞ୍ଜୁ ଦାଶ, ଅମିତା ବାରିକ, ଜ୍ୟୋସ୍ନା ଆଚାର୍ଯ୍ୟ, ଇନ୍ଦୁମତି ବେହେରା, କୁନିରତା ନାୟକ, ମାନସୀ ସାହୁ, ସ୍ବଚ୍ଛସାଥି ସୁପରଭାଇଜର ମାନସୀ ସାହୁ, ସସ୍ମିତା ସାହୁ ପ୍ରମୁଖ ସହଯୋଗ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close