ବାଲିଗୁଡା ଉପଖଣ୍ଡ କାରାଗାରର ବିଚାରଧୀନ କଏଦୀ ବ୍ରହ୍ମପୁର ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର

ବାଲିଗୁଡା ; ୦୭/୦୮(ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ଠାରୁ): ବାଲିଗୁଡା ଉପଖଣ୍ଡ କାରାଗାରର ଏକ ବିଚାର ଧୀନ କଏଦୀ ବ୍ରହ୍ମପୁର କୋଭିଡ ମେଡିକାଲରେ ଚିକିତ୍ସା ଧୀନ ଅବସ୍ଥାରେ ଫେରାର ହୋଇଥିବା ଜଣାପଡିଛି l ସୂଚନା ମୁତାବକ ନୟାଗଡ ଅଞ୍ଚଳର ମିହିର ତହସିନ (୩୭) ନାମକ ଏକ ବ୍ୟକ୍ତି ବାଲିଗୁଡା ଅଞ୍ଚଳରୁ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣରେ ଲିପ୍ତ ଥିଲେ l ଜୁଲାଇ ୪ ତାରିଖ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଉଦୟଗିରି ଅବକାରୀ ବିଭାଗଙ୍କ ହାତରେ ଧରାପଡ଼ିଥିଲେ l ଜି.ଉଦୟଗିରି ଅବକାରୀ ବିଭାଗ କେଶ ନଂ.୧୭/୨୧ ରେ ମାମଲା ରୁଜୁ କରି ଉକ୍ତ ଗଞ୍ଜେଇ ମାଫିଆକୁ କୋର୍ଟ ଚାଲାଣ କରିଥିଲେ l ୪ ତାରିଖ ଠାରୁ ସେ ବାଲିଗୁଡା ଜେଲରେ ବିଚାରଧୀନ କଏଦୀ ଭାବେ ରହିଥିଲେ l ଜୁଲାଇ ୨୮ ତାରିଖ ରେ ଦେହ ଅସୁସ୍ଥ ଲାଗିବାରୁ ଜେଲ କର୍ତ୍ତୁପକ୍ଷ ତାଙ୍କୁ ବାଲିଗୁଡା ମେଡ଼ିକାଲରେ କୋଭିଡ-୧୯ ପରୀକ୍ଷା କରାଇଥିଲେ l ରିପୋର୍ଟ ପଜିଟିଭ ଆସିବାରୁ କାରାଗାର ପରିସରରେ ଚିକତ୍ସା ହେଉଥିଲେ l କିନ୍ତୁ ଜୁଲାଇ ୩୧ ତାରିଖ ଦିନ ଶରୀର ଅଧିକ ଅସୁସ୍ଥ ହୋଇଯିବାରୁ ତାଙ୍କୁ ପ୍ରଥମେ ବାଲିଗୁଡା ଉପଖଣ୍ଡ ଚିକତ୍ସାଳୟରେ ଚିକିତ୍ସା କରିବାପରେ ପରିସ୍ଥିତି ଗୁରୁତର ହେବାରୁ କଏଦୀ ମିହିର ତହସିନଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ଏମକେସିଜି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ l ସେହିଦିନ ଠାରୁ ଶୁକ୍ରବାର ୬ ତାରିଖ ପର୍ଯ୍ୟନ୍ତ ସେ କୋଭିଡ ମେଡିକାଲରେ ଚିକିତ୍ସା ହେଉଥିଲେ l ସୂଚନା ମୁତାବକ ଶନିବାର ୭ ତାରିଖ ସକାଳ ସମୟରେ ସେ କୋଭିଡ ମେଡିକାଲରୁ ଚମ୍ପଟ ମାରିଛି l ଏହି ଖବର ପାଇବା ପରେ ବିଭାଗ ତରଫରୁ ତାକୁ ଧରିବା ପାଇଁ ତନାଘନା ଚାଲିଛି ବୋଲି ବାଲିଗୁଡା ଉପଖଣ୍ଡ କାରାଗାରର ଅଧିକାରୀ ସଞ୍ଜୀବ କୁମାର ସଏ ପ୍ରକାଶ କରିଛନ୍ତି l

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close