ଯାଜପୁରରୋଡରେ ରେଳବାଇ ଡିଭିଜନ ପାଇଁ ଦସ୍ତଖତ ଅଭିଯାନ ଓ ଦାବୀ ସଭା ଜାରୀ

ବ୍ୟାସନଗର,୦୬ା୮(ଉ.ନ୍ୟୁଜ୍ ବ୍ୟୁରୋ): ନିକଟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅଦଳବଦଳ ଓ ସମ୍ପ୍ରସାରଣ ପରେ ଓଡ଼ିଶାର ରାଜ୍ୟ ସଭା ସାଂସଦ ତଥା ପୂର୍ବତନ ବରିଷ୍ଠ ପ୍ରଶାସକ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ରେଳ ମନ୍ତ୍ରୀ ହେବା ପରେ ଓଡ଼ିଶାରେ ରେଳ ଭିତିଭୂମିର ସବିଶେଷ ବିକାଶ ହେବା ପାଇଁ ବିଭିନ୍ନ ମହଲରେ ଆଶା ବଢ଼ିଯାଇଛି । ଫଳତଃ, ଯାଜପୁର-କେଉଁଝରରୋଡ଼ର ସର୍ବାଙ୍ଗୀନ ବିକାଶ ସଂଗେ ସଂଗେ ଇଷ୍ଟକୋଷ୍ଟ ରେଳ ଜୋନ ଅଧିନସ୍ଥ ଯାଜପୁରରୋଡ ଠାରେ ଏକ ନୂତନ ରେଳ ଡିଭିଜନ ପାଇଁ ଦୀର୍ଘ ବର୍ଷ ଧରି ଉଠି ଆସିଥିବା ଦାବୀ ପୁଣି ଥରେ କ୍ରିୟାଶୀଳ ହୋଇଛି । ଏହି ଦାବୀକୁ ଲଗାତର ଭାବେ ଦୋହରାଇ ଆସୁଥିବା ରାଜ୍ୟର ଜଣେ ଆଗଧାଡ଼ିର ସାମାଜିକ କର୍ମୀ ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ଢ଼େର ଆଶାବାଦୀ ହୋଇପଡିଛନ୍ତି । ପ୍ରଥମରୁ ସେ ଏହି ଦାବୀ ଉଠାଇବା ବେଳେ କେତେକ ବ୍ୟକ୍ତି ଏହାକୁ ହାସାସ୍ପଦ ବୋଲି କହି ଏଡ଼ାଇ ଯାଉଥିବା ସହ ଏଥିପାଇଁ ସେ କରୁଥିବା ସଚେତନତା ସଭାକୁ କେତେକ ମଧ୍ୟ ଭଣ୍ଡୁର କରୁଥିଲେ । ଏକ ଓଭରବ୍ରିଜ କରିପାରୁ ନ ଥିବା ରାଜନୈତିକ ପ୍ରବଣ ଅଂଚଳରେ ରେଳ ଡିଭିଜନ ଭଳି ଏକ ବଡ଼ ଦାବୀ ପୂରଣ କାଠିକର ପାଠ ବୋଲି କେତେକ କହୁଥିଲେ । ମାତ୍ର ଦୀର୍ଘ ୩-୪ବର୍ଷ ଧରି ଏହି ସେ ଏହି ଦାବୀକୁ ଉଜ୍ଜୀବିତ ରଖି ଦସ୍ତଖତ ଅଭିଯାନ ଓ ସଚେତନତା ସଭା ଆଦି ଜାରୀ ରଖିଛନ୍ତି । ମାତ୍ର ଏବେ ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଏହି ଦାବୀ ପୂରଣ ଦିଗରେ ଆଗଭର ହେଉଥିବାରୁ ସେ ଖୁସି ବ୍ୟକ୍ତ କରିବା ସହ ଦାବୀ ପୂରଣ ପାଇଁ ଅଂଚଳବାସୀଙ୍କୁ ଆହୁରି ଅନେକ କଷ୍ଟ ସ୍ୱୀକାର କରିବାକୁ ହେବ ବୋଲି କହିଛନ୍ତି । ଗତକାଲି ରସୁଲପୁର ବ୍ଲକର ବହୁ ବ୍ୟକ୍ତିବିଶେଷ ତାଙ୍କ ଅଭିଯାନରେ ସାମିଲ ହୋଇ ଦାବୀପତ୍ରରେ ଦସ୍ତଖତ କରିଛନ୍ତି । ନୂତନ ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ବୈଷ୍ଣବଙ୍କୁ ଆଉ ଥରେ ଦାବୀପତ୍ର ଦିଆଯିବାକୁ ଯୋଜନା ରହିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close