ଯାଜପୁରରେ ଦିବ୍ୟାଙ୍ଗ ଚିହ୍ନଟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ଯାଜପୁର, ୬ା୮ : ଦିବ୍ୟାଙ୍ଗମାନେ ସମାଜର ଅଙ୍ଗ । ସେମାନଙ୍କ ଆବଶ୍ୟକତାକୁ ପୂରଣ ସହ ମୁଖ୍ୟ ସ୍ରୋତରେ ସାମିଲ କରାଗଲେ ସେମାନେ ମଧ୍ୟ ସମାଜ ପାଇଁ ସମ୍ୱଳ ହୋଇପାରିବେ ଓ ଉଦାହରଣ ସୃଷ୍ଟି କରିପାରିବେ ବୋଲି ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଆହ୍ୱାନ ଦେଇଚ୍ଥନ୍ତି । ଗତକାଲି ଗୁରୁବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏକ ଦିବସୀୟ ଭିନ୍ନକ୍ଷମ ଚିହ୍ନଟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଚ୍ଥି । ଏହାକୁ ଉଦ୍ଘାଟନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ଊପଯୁକ୍ତ ପ୍ରଶିକ୍ଷଣ ନେବା ସହ ଜନ୍ମରୁ ୬ ବର୍ଷ ବୟସ୍କ ଦିବ୍ୟାଙ୍ଗ ଶିଶୁମାନଙ୍କର ସରକାର ଧାର୍ଯ୍ୟ କରିଥିବା ୨୧ ପ୍ରକାର ଦିବ୍ୟାଙ୍ଗତାକୁ ଅନୁଧ୍ୟାନ କରି ସଠିକ ତଥ୍ୟ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ । ଅନେକ କ୍ଷେତ୍ରରେ ଶିଘ୍ର ଓ ଶିଶୁ ବେଳୁ ଚିକିତ୍ସା ଦ୍ୱାରା ଅନେକ ପିଲା ସଂପୂର୍ଣ୍ଣ ସୁସ୍ଥ ହେବାର ସମ୍ଭାବନା ରହିଚ୍ଥି । ତେଣୁ ଅତ୍ୟନ୍ତ ନିଷ୍ଠାର ସହ ଏହି କାର୍ଯ୍ୟକୁ ପରିଚାଳନା ପାଇଁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେଊରିଆ ଯୋଗଦେଇ ଦିବ୍ୟାଙ୍ଗ ବା ସେମାନଙ୍କର ପିତା ମାତା ଯେପରି ଅବହେଳାର ଶିକାର ନ ହୁଅନ୍ତି ସେଥିପ୍ରତି ସମସ୍ତଙ୍କ ଉତର ଦାୟିତ୍ୱ ରହିବା ଉଚିତ ବୋଲି କହିଥିଲେ । ସରକାରଙ୍କର ଲକ୍ଷ୍ୟ ସମସ୍ତଙ୍କୁ ସଶକ୍ତ କରିବା । ତେଣୁ ପ୍ରତ୍ୟେକ ଆନ୍ତରିକତାର ସହ ଏହି ତଥ୍ୟ ହାସଲ କରନ୍ତୁ ବୋଲି ଅନୁରୋଧ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଇନ୍ଦୁ ପ୍ରଭା ନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗମାନଙ୍କର ସମସ୍ୟା, ଆବଶ୍ୟକତା, ଚିହ୍ନଟ ଓ ଚିକିତ୍ସାର ତ୍ୱରାନ୍ୱିତ ଉପରେ ମତବ୍ୟକ୍ତ କରିଥିଲେ । ମାଷ୍ଟର ଟ୍ରେନର ବିଷ୍ଣୁପ୍ରିୟା ମହାନ୍ତି, ଅଭିମନ୍ୟୁ ମଲ୍ଲିକ, କମଳାକାନ୍ତ ବାରିକ ଆର୍.ପି.ଡବ୍ଳୁ.ଡି. ଆକ୍ଟ-୨୦୧୬ ପ୍ରକାରେ ସ୍ଥାନୀତ ହୋଇଥିବା ସର୍ବମୋଟ ୨୧ ଗୋଟି ଦିବ୍ୟାଙ୍ଗମାନଙ୍କ ସଂର୍ପକରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ସ୍ତରୀୟ ଏହି ପ୍ରଶିକ୍ଷଣ ଶିବିରରେ ସି.ଡି.ପି.ଓ, ସୁପରଭାଇଜର, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଓ ବି.ଆର.ଟି ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ଚଳିତ ମାସ ୯ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ବ୍ଳକ ସ୍ତରରେ ସମସ୍ତ ଅଙ୍ଗନୱାଡି କର୍ମୀମାନଙ୍କୁ ଏ ସଂପର୍କରେ ତାଲିମ ଦିଆଯିବ । ସମସ୍ତ ୨୮୨୮ ଅଙ୍ଗନୱାଡି କେନ୍ଦ୍ରରେ ଚଳିତ ମାସ ୧୩ ତାରିଖ ଠାରୁ ଘରକୁ ଘର ଏହି ସର୍ବେକ୍ଷଣ କରାଯିବ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଚ୍ଥନ୍ତି । ଏହି କାର୍ଯ୍ୟକ୍ରମରେ ସହକାରୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥ, ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ ବିବିଧ ସୂଚନା ପ୍ରଦାନ କରିଥିଲେ । ଜିଲ୍ଳ୍ର୍ା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କର୍ମଚାରୀ ସ୍ନେହାଶିଷ ମିଶ୍ର, ସୋମନାଥ ମଲ୍ଲିକ, ବୈଦ୍ୟନାଥ ବିଶ୍ୱାଳ, ଅନିଲ କୁମାର ସାହୁ, ଭଗବାନ ଜେନା ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।