ଯାଜପୁର ଜିଲ୍ଲାପାଳଙ୍କ ବ୍ୟାସନଗର ପୈାରପାଳିକାକୁ ଗ୍ରସ୍ତ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ବ୍ୟାସନଗର,୦୩/୮: ଆଜି ତା ୦୩/୮/୨୦୨୧ ରିଖ ମଂଗଳବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଯାଜପୁର ଜିଲ୍ଲାପାଳ ଚର୍କବର୍ତୀ ସିଂହ ରାଠୋର ବ୍ୟାସନଗର ପୈାରପାଳିକାକୁ ଗ୍ରସ୍ତ କରି ‘କୋଭିଡ’ ସମୟରେ ଏଠାରେ ବାଧାପ୍ରାପ୍ତ ହୋଇଥିବା ସମସ୍ତ କାର୍ଯ୍ୟଗୁଡିକୁ ଅନୁଧ୍ୟାନ କରିଥିଲେ । ଏଠାରେ ଅସଂପୂର୍ଣ୍ଣ ଅବସ୍ଥାରେ ଥିବା ପ୍ରକଳ୍ପଗୁଡିକୁ ଯଥା ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ । ବ୍ୟାସନଗର ପୈାର ପରିଷଦ ଅଂଚଳ ବାହ୍ୟ ମଳମୁକ୍ତ ସହର ହିସାବରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବାରୁ ପୈାରପାଳିକାର ପ୍ରଶାସକ ସନ୍ତୋଷ କୁମାର ମିଶ୍ର ଏବଂ ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନାଙ୍କ ସହ ପୈାରପାଳିକାର ସମସ୍ତ କର୍ମଚାରୀଙ୍କୁ ଏଥିପାଇଁ ବଧାଇ ଜଣାଇଥିଲେ । ଏହାଛଡ଼ା ୨୦୨୧-୨୨ ମସିହାରେ ବ୍ୟାସନଗର ପୈାରପାଳିକା ସ୍ୱଚ୍ଛ ସର୍ବେକ୍ଷଣରେ କିପରି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବ ସେଥିପାଇଁ ପରାମର୍ଶ ଦେଇଥିଲେ ।
ବ୍ୟାସନଗର ପୈାରାଂଚଳ ୧୧୯ଗୋଟି ବର୍ଷା ଜଳ ସରଂକ୍ଷଣ ପ୍ରକଳ୍ପ ମଧ୍ୟରୁ ୧୧୩ଟି ସଂପୂର୍ଣ୍ଣ ହୋଇଥିବାରୁ କର୍ମଚାରୀମାନଙ୍କୁ ପ୍ରଶଂସା କରିବା ସହ ଅବଶିଷ୍ଟ ୦୬ଗୋଟି ପ୍ରକଳ୍ପ କାର୍ଯ୍ୟ ଯଥାଶୀଘ୍ର ସମାପ୍ତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ରାଠୋର ନିର୍ଦ୍ଦେଶ ଦେଇଥିଲେ ।
ଶେଷରେ ଚଳିତ ଅଗଷ୍ଟ ମାସ ୩୧ ତାରିଖରେ ପାଳିତ ହେବାକୁ ଥିବା ସ୍ୱାୟତ ଶାସନ ଦିବସ ଅବସରରେ ପୈାରପାଳିକା ଅର୍ନ୍ତଗତ ସଂପୂର୍ଣ୍ଣ ହୋଇଥିବା ବିଭିନ୍ନ ଜନହିତକର ପ୍ରକଳ୍ପଗୁଡିକର ଉଦ୍ଘାଟନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯିବା ସହ କେତେକ ପ୍ରସ୍ତାବିତ ପ୍ରକଳ୍ପର ଶିଳାନ୍ୟାସ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାଇଥିଲେ । ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ପୈାର ପ୍ରଶାସକ ଶ୍ରୀ ମିଶ୍ର, ନିର୍ବାହୀ ଅଧିକାରୀ ଶ୍ରୀ ଜେନାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।