ଅଗଷ୍ଟ ମାସ ପାଇଁ ରାଜ୍ୟରେ ନୂଆ ଗାଇଡଲାଇନ୍‌ , ଦୋକାନ ବଜାର ସକାଳ ୬ଟାରୁ ରାତି ୮ଟା ଯାଏଁ ଖୋଲା

ଭୁବନେଶ୍ୱର ; ୩୧/୦୭ (ବ୍ୟୁରୋ) : ରାଜ୍ୟରେ କରୋନା ସ୍ଥିତିକୁ ନଜରରେ ରଖି ଅଗଷ୍ଟ ମାସ ପାଇଁ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି କରିଛନ୍ତି ସରକାର । ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଆଂଶିକ ଲକଡାଉନ ସରୁଥିବାରୁ ଶ୍ରୀ ଜେନା ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । କୋଭିଡ ପରିଚାଳନା ନେଇ ସେ ସବିଶେଷ ତଥ୍ୟ ରଖିଛନ୍ତି । ତେବେ ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଥିଲେ ହେଁ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଆମ ରାଜ୍ୟରେ ୨୭ଟି ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ଅଛି । କଟକ, ଖୋର୍ଦ୍ଧା ଓ ପୁରୀରେ ଟିକେ ଅଧିକ ରହିଥିବା କହିଛନ୍ତି। କଟକ, ଭୁବନେଶ୍ବରରେ ଏବଂ ପୁରୀରେ ସପ୍ତାହନ୍ତ ସଟ୍‌ଡାଉନ୍‌ ଜାରି ରହିବ । ସେପ୍ଟେମ୍ବର ୧ ତାରିଖ ଯାଏଁ ୩ ଜିଲ୍ଲାରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଜାରି ରହିବ ।ସାରା ରାଜ୍ୟରେ ଦୋକାନ ବଜାର ସକାଳ ୬ଟାରୁ ରାତି ୮ଟା ଯାଏଁ ଖୋଲା ରହିବ । ପରିସ୍ଥିତିକୁ ନଜରରେ ରଖି ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍‌ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିସହିତ ଥିଏଟର୍‌ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ହୋଇଛି । ସମସ୍ତ ଧାର୍ମିକ, ରାଜନୈତିକ ଏବଂ ସାମାଜିକ ସମାବେଶକୁ ମନା କରାଯାଇଛି। ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବକୁ ମଧ୍ୟ ବାରଣ କରାଯାଇଛି । ସମୁଦ୍ର କୂଳ ଏବଂ ପାର୍କ ଖୋଲା ରହିବ । ସମସ୍ତ ପର୍ଯ୍ୟଟକ ଗାଇଡ୍‌ଲାଇନ୍‌ ମାନି ପ୍ରର୍ଯ୍ୟଟନ ସ୍ଥଳୀ ଭିତରକୁ ପ୍ରବେଶ କରିବେ ବୋଲି କୁହାଯାଇଛି। ସମସ୍ତ ଆହାର କେନ୍ଦ୍ର ଖୋଲାରହିବ । ସିନେମା ହଲ୍, ରେଷ୍ଟୁରାଣ୍ଟ ଗାଇଡ଼ ଲାଇନ ରେ ଖୋଲିବ । ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ । ରାଜ୍ୟରେ ସମସ୍ତ ମଲ ଖୋଲିବ । ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ ଖୋଲି ପାରିବ । ରେଷ୍ଟୁରାଣ୍ଟ, ବାର ୫୦% କ୍ଷମତାକୁ ନେଇ ଖୋଲିପାରିବ । ସିନେମା ହଲ ୫୦% ଦର୍ଶଶକ କ୍ଷମତାକୁ ନେଇ ଖୋଲିପାରିବ । ଧାର୍ମିକ ସ୍ଥଳ ଖୋଲରହିବ କିନ୍ତୁ ଭୋଗ ନେଇ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ । ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି । ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ । ମୀନା ବଜାର ଖୋଲା ଯାଇପାରିବ । ରାଜ୍ୟରେ ଭିତରେ ବସ ଚାଲୁ ରହିବ । ସିଟିଂ କାପାସିଟିରେ ଯାତ୍ରୀ ନେବେ । ଧାର୍ମିକ ପୀଠ ଖୋଲିବା ପାଇଁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ । ରାଜ୍ୟରେ ସାପ୍ତାହିକ ହାଟ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି। ଯାତ୍ରା, ଅପେରା ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ। ଅଫିସିଆଲ ମିଟିଂରେ ଶହେ ଏବଂ ଉଦଘାଟନ ଓ ଶିଳାନ୍ୟାସ ରେ ୩୦ଜଣଙ୍କୁ ଅନୁମତି ମିଳିଛି। ତାଲିମ ଓ ପରୀକ୍ଷାକାର୍ଯ୍ୟ କରିବାକୁ ଅନୁମତି ରହିଛି। ସରକାରୀ-ବେସରକାରୀ ସ୍ବିମିଂ ପୁଲ ମଧ୍ୟ ଖୋଲା ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close