OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର ; ୩୦/୦୭ (ବ୍ୟୁରୋ) : ଆଜି OSSC ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ୍‌ ବିରଞ୍ଚି ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଭୁବନେଶ୍ବର ଓ କଟକ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ହୋଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି ବୋଲି ସୂଚନା ମିଳିଛି। ଭିଜିଲାନ୍ସ ର ୩ଟି ଟିମ୍‌ ଚଢ଼ାଉ କରିଛି । ସେହି ୩ଟି ଟିମ୍‌ ରେ ୪ ଜଣ DSP, ୧୩ ଇନ୍ସପେକ୍ଟର ରହିଛନ୍ତି । ଏବେ ସୁଦ୍ଧା ୨ ମହଲା ବିଶିଷ୍ଠ ୨ଟି କୋଠା, ୯ଟି ପ୍ଲଟ, ୧୩ ଲକ୍ଷ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି । ଏହାସହ ବିରଞ୍ଚି ନାରାୟଣ ସାହୁଙ୍କ ଶାଳକଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି । ସେଠାରୁ ବହୁ ପରିମାଣରେ ନଗଦ ଟଙ୍କା ଜବତ ହୋଇଥିବା ସୂଚନା ରହିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close