୧୫% ସ୍କୁଲ ଫିଛାଡ଼ ନିର୍ଦେଶର ସଠିକ କାର୍ଯ୍ୟକାରୀ ଦାବିରେ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଯାଜପୁର ; ୨୮/୦୭ (ବ୍ୟୁରୋ) : କରୋନା ମହାମାରୀରେ ଅଭିଭାବକ ମାନଙ୍କ ଆର୍ଥିକ ସଙ୍କଟ ଦୃଷ୍ଟିରୁ ଘରୋଇ ସ୍କୁଲରେ ଫି ଆଦାୟକୁ ନେଇ ମାମଲାରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶରେ ଏମ.ଓ.ୟୁ ହୋଇ ସ୍କୁଲ ଫିରେ କେତୋଟି ସ୍ଲାବରେ ରିହାତିର ବିଭାଗୀୟ ନିର୍ଦେଶ ଓ ପରବର୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଭାଗର ପରବର୍ତୀ ନିର୍ଦ୍ଦେଶନାମା ପୂର୍ବରୁ ଏମ.ଓ.ୟୁରେ ସାମିଲ ହୋଇ ନଥିବା ସ୍କୁଲ ମାନେ ରିଆଡ଼ମିସନ, ସେସନ, ପରୀକ୍ଷା, ଡେଭଲପମେଣ୍ଟ, ଏଷ୍ଟାବ୍ଲିଶମେଣ୍ଟ ଅନ୍ୟାନ୍ୟ ସମସ୍ତ ଫିକୁ ଛାଡି କେବଳ ପିଲାଙ୍କ ପାଠ ପଢ଼ାରେ ବ୍ୟବହାର ହେଉଥିବା ସୁବିଧାର ଉପଯୁକ୍ତ ଫୀ ଅର୍ଥାତ ଟିଉସନ ଫିରୁ ୧୫ % ଛାଡ଼ କରି ୨୦୧୯-୨୦ ବର୍ଷର ଫୀକୁ ଅଭିଭାବକ ମାନଙ୍କୁ କିଛି ମାସ ସମୟରେ ଅବଧି ଦେଇ ଆଦାୟ କରିବାକୁ ଉଲ୍ଲେଖ କରି ଗତ ଜୁନ ୩ତାରିଖରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ପହଂଚିବାର ଦୁଇ ମାସ ପାଖାପାଖି ହେଲା ପରେ ମଧ୍ୟ ନିର୍ଦେଶ ସଠିକ ଭାବେ କାର୍ଯ୍ୟ କାରି ହୋଇପାରିଲା ନାହିଁ l ଏପରିକି ନିର୍ଦେଶ ନାମlରେ ଫୀ ଆଦାୟକୁ ନେଇ କୌଣସିସ୍କୁଲ ପିଲାଙ୍କୁ ଅନଲାଇନ ପାଠ ପଢ଼ା, ପରୀକ୍ଷା, ପ୍ରୋଗେସ କାର୍ଡ, କ୍ଲାସ ପ୍ରମୋସନ ଆଦିରୁ ବଞ୍ଚିତ କରିପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦେଶ ଥିବା ବେଳେ ଅନେକ ସ୍କୁଲ ଆଦୌ ମାନୁନାହାନ୍ତି l ଯାଜପୁର ଜିଲ୍ଲାରେ ଥିବା ସ୍କୁଲ ମାନେ ଅଭିଭାବକ ମାନଙ୍କୁ ଧମକ ଦେଇ ପିଲାମାନଙ୍କୁ ଶିକ୍ଷା ଦାନରୁ ବଞ୍ଚିତ କରିଛନ୍ତି l ବାରମ୍ବାର ତାଗିଦ ସତ୍ୱେ ସେମାନେ ପିଲାମାନଙ୍କୁ ଅନଲାଇନ ପାଠରୁ ବଛିତ କରିଛନ୍ତି l ତେଣୁ ଯାଜପୁର ଜିଲ୍ଲାରେ ଏହି ଫି ଛାଡ଼ର ନିର୍ଦେଶର ସଠିକ କାର୍ଯ୍ୟକାରୀ କରିବା ଉଦେଶ୍ୟରେ ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଜାତୀୟ ମାନବାଧିକାର କମିଶନ କୋର ସଦସ୍ୟ ମନୋଜ ଜେନା ସହ-ଅଧକ୍ଷ ପ୍ରସନ୍ନ ବିଷୋୟୀ, ରାଜ୍ୟ ବରିଷ୍ଟ ଉପାଧ୍ୟକ୍ଷ ଅଶୋକ ଠାକ୍କର, ରାଜ୍ୟ ଉପାଧ୍ୟାକ୍ଷ କୁଳମଣି ଧଳ, ଜିଲ୍ଲା ଆବାହକ ସଂଜିତ ଜେନା, ଜିଲ୍ଲା ସମ୍ପାଦକ ରଞ୍ଜନ ନାୟକ, ଜିଲ୍ଲା ସହ-ଆବାହକ ଶିଶିର ରାଉତ, ସୁବ୍ରତ କେଶୀଙ୍କୁ ନେଇ ଏକ ପ୍ରତନିଧି ମଣ୍ଡଳୀ ଯାଜପୁର ଜିଲ୍ଲାପାଳ ଶ୍ରୀ ରାଠୋର ଚକ୍ରବର୍ତ୍ତୀ ସିଂହ ଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଆସନ୍ତା ସାତ ଦିନ ଭିତରେ ଡିଇଓ ଙ୍କୁ କହି ବିଭିନ୍ନ ପ୍ରାଇଭେଟ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ମହାସଂଘ ପ୍ରତିନିଧି ଦଳ ମଧ୍ୟରେ ବୈଠକ ହୋଇ ସମସ୍ୟା ସମାଧାନ ପାଇଁ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଥିଲେ l ଜିଲ୍ଲାପାଳ ଏହାକୁ ତୁରନ୍ତ କାଯ୍ୟକରି କରିବାକୁ କହିଥିବା ମହାସଂଘର ନେତା ମାନେ ପ୍ରକାଶ କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close