ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରୀ : ନକ୍ସଲ ସହିଦ୍ ସପ୍ତାହ ବଦଳରେ ନକ୍ସଲ ମୁକ୍ତ ସପ୍ତାହ ପାଳିବାକୁ ନିବେଦନ

ବାଲିଗୁଡ଼ା ; ୨୭/୦୭ (ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ଠାରୁ ): ନକ୍ସଲ ସହିଦ ସପ୍ତାହ ନୁହେଁ , ୨୯ ଜୁଲାଇ ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଜନତା ପାଳିବେ ନକ୍ସଲ ମୁକ୍ତ ସପ୍ତାହ । ବହୁତ ହେଇଗଲା ମାଓବାଦୀ ତୁମ ଏ ସହିଦ ସପ୍ତାହ ପାଳନ , ଏଥର ଆମେ ପାଲିବୁ ନକ୍ସଲ ମୁକ୍ତ ସପ୍ତାହ । କଣ ପାଇଁ ନିରୀହ ଜନତା ପ୍ରତ୍ୟେକ ବର୍ଷ ପାଳନ କରିବେ ତୁମ ଏ ସହିଦ୍ ସପ୍ତାହ ? ଦୀର୍ଘ ୫୦ ବର୍ଷ ନକ୍ସଲ ଆନ୍ଦୋଳନ ଜରିଆରେ କଣ ଲାଭ ହୋଇଛି ସେ ଗରିବ ସାଧାରଣ ଜନତାର ? ଆମକୁ ପୁଲିସ ସୂଚନାଦାତା କହି ହତ୍ୟା କରୁଥିବା ନକ୍ସଲ କେମିତି ଆମ ପାଇଁ ସହିଦ ? ବହୁତ ହେଇଗଲା ତୁମ ଏ ସହିଦ ସପ୍ତାହ ର ନାଟକ । ଏଥର ନକ୍ସଲ ସହିଦ ସପ୍ତାହ ନୁହଁ , ଆମେ ଜୁଲାଇ ୨୯ ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ପାଳିବୁ ନକ୍ସଲ ମୁକ୍ତ ସପ୍ତାହ । ରାଜ୍ୟର ସମସ୍ତ ସାଧାରଣ ଜନତାଙ୍କୁ ବିନୀତ ଅନୁରୋଧ କି ସେମାନେ ଚୀନ ର ପୋଷା କୁକୁର ନକ୍ସଲଙ୍କ ଏ ସହିଦ ସପ୍ତାହ ପାଳନ ବର୍ଜନ କରନ୍ତୁ ଏବଂ ନକ୍ସଲ ମୁକ୍ତ ସପ୍ତାହ କୁ ସଫଳ ବନାନ୍ତୁ । ନକ୍ସଲ ସାବଧାନ ହେଇଯାଓ , ଏ ଦେଶ ତୁମ ବାପର ନୁହଁ ଯେ ଯାହା ଚାହିଁବ ତାହା କରିବ । ବାରମ୍ବାର ଭାରତ ବନ୍ଦ , ରାଜ୍ୟ ବନ୍ଦ , ସହିଦ ସପ୍ତାହ , ପିଏଲଜିଏ ସପ୍ତାହ ଆହ୍ୱାନ ଦେବା ବନ୍ଦକର ନଚେତ ପରିଣାମ ଭୟଙ୍କର ହେବ । ଜନତାଙ୍କୁ ବିନୀତ ଅନୁରୋଧ ନକ୍ସଲ ମୁକ୍ତ ସପ୍ତାହ କୁ ସଫଳ ବନାନ୍ତୁ ଏବଂ ସହଯୋଗ କରନ୍ତୁ ଏବଂ ନକ୍ସଲ ମୁକ୍ତ ଓଡିଶା , ବିକଶିତ ଓଡିଶା ଗଠନ କରନ୍ତୁ ବୋଲି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡ଼ିଶା ଅଭିଯାନର ଆବାହକ ଭାରତ ଭୂଷଣ ପ୍ରକାଶ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close