ଦୀର୍ଘ ଦିନ ପରେ ଆଜି ଖୋଲିବ ସ୍କୁଲ, ନା ହେବ ପ୍ରାର୍ଥନା ନା ଟିଫିନ ବ୍ରେକ, ନନ୍-ଷ୍ଟପ୍ କ୍ଲାସ

ଭୁବନେଶ୍ୱର ; ୨୬/୦୭ (ବ୍ୟୁରୋ) : ଦୀର୍ଘ ଦିନ ପରେ ଆଜି ଖୋଲିବ ସ୍କୁଲ। ପାଠପଢ଼ିବେ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲା। ସକାଳ ୧୦ଟାରୁ କ୍ଲାସ ଆରମ୍ଭ ହୋଇ ଦିନ ୧.୩୦ ଯାଏ ଚାଲିବ। ହେଲେ ସ୍କୁଲରେ ନା ହେବ ପ୍ରାର୍ଥନା ନା ଟିଫିନ ବ୍ରେକ, ନନ୍-ଷ୍ଟପ୍ ଚାଲିବ କ୍ଲାସ । ଏ ନେଇ ସ୍କୁଲ ସାନିଟାଇଜ୍ କରିବା ସହ ସ୍କୁଲ ପରିସର ସଫା କରାଯାଇଛି।କୋଭିଡ ନିୟମ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସାମାଜିକ ଦୂରତା କିପରି ରକ୍ଷା ହୋଇ କ୍ଲାସ ହେବ, ସେ ନେଇ ବିଭିନ୍ନ ସେକ୍ସନରେ ଶ୍ରେଣୀ ବିଭକ୍ତ କରାଯାଇଛି। ସ୍ବଛ ପାଣିର ବ୍ୟବସ୍ଥା ସହ ସାନିଟାଇଜର ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀଙ୍କ ଶରୀରର ତାପମାତ୍ରା ମାପି କ୍ଲାସ ପ୍ରବେଶ ପାଇଁ ଅନୁମତି ମିଳିବ। ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଇସୋଲେସନ ରୁମର ବ୍ୟବସ୍ଥା ହୋଇଛି। ଶିକ୍ଷକମାନେ ଟୀକା ନେଇ ଆସିବାର ନିୟମ ହୋଇଛି। ତେବେ ଦ୍ୱିତୀୟ ଡୋଜ ଟିକା ନ ନେଇଥିଲେ ବି ଗୋଟିଏ ଡୋଜ ଟିକା ନେଇଥିବା ଶିକ୍ଷକ ସ୍କୁଲ ଆସିପାରିବେ ବୋଲି କୁହାଯାଇଛି। ସରକାରଙ୍କ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦେଶ ରହିଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close