ନିଖୋଜ ଥିବା ଡାକ୍ତରୀ ଛାତ୍ରଙ୍କ ମୃତ ଦେହ ଉଦ୍ଧାର
ହାଟଡ଼ିହି ; ୨୪/୦୭ ( ଉ. ପ୍ର) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଅନ୍ତର୍ଗତ ହଦଗଡ଼ ପଞ୍ଚାୟତ ରେ ଥିବା ହଦଗଡ଼ ଡ୍ୟାମରୁ ଗୁରୁବାର ଅପରାହ୍ନରେ ଜଣେ ଡାକ୍ତରୀ ଛାତ୍ର ନିଖୋଜ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିଖୋଜ ଥିବା ଯୁବକ ହାଟଡ଼ିହି ବ୍ଲକ ମରେଇଗାଁ ପଞ୍ଚାୟତ ବସନ୍ତିଆ ସରସ୍ଵତୀ ବସ୍ତ୍ରାଳୟର ମାଲିକ ମହେନ୍ଦ୍ର ଜେନାଙ୍କ ପୁତ୍ର ବୋଲି ଜଣା ପଡିଛି l ଦୁଇଦିନ ପରେ ମୃତ ଦେହ ହଦଗଡ଼ ଉପରି ଭାଗ ରେ ଭାସୁଥିବାର ଦେଖିବାକୁ ମିଳିଛି l ଦୁଇଦିନ ଅଗ୍ନିଶମ ବିଭାଗର କର୍ମଚାରୀ ଆନେକ୍ ଖୋଜାଖୋଜି କରି କିଛି ପତା ମିଳି ନଥିଲା l ହେଲେ ଏଠି ପ୍ରଶ୍ନ ଉଠେ ଯୁବକ ଜଣଙ୍କ କହିକି ଓ କିପରି ଏହି ଦୁର୍ଘଟଣା ର ଶିକାର ହେଲେ l କଣ ସୁରକ୍ଷା ବ୍ୟବସ୍ଥା ଏତେ ବିପର୍ଯ୍ଯସ୍ତ ନା ଅଧିକାରୀଙ୍କର୍ ଖାମଖିଆଲି ମନୋଭାବ ପାଁଇ ଏତେ ସବୁ ଘଟଣା ଘଟୁଛି। ବହୁ ପ୍ରତିଷ୍ଠିତ ହଦଗଡ଼ ଡ୍ୟାମ୍ରେ ଅନେକ ଅର୍ଥ ସୁରକ୍ଷା ବ୍ୟବସ୍ଥା ପାଇଁ ଖର୍ଚ୍ଚ ହେଉଛି ହେଲେ ଫଳ ଶୂନ l ଏଥି ପ୍ରତି ବିଭାଗୀୟ ଅବହେଳା ଓ ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ ପ୍ରଶ୍ନବlଚି ସୃଷ୍ଟି ହୋଇଛି l ଜିଲାପାଳ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେରେ ଦାବି ହୋଇଛି l