ଅଗଷ୍ଟ ୯ତାରିଖ କ୍ରାନ୍ତୀ ଦିବସରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ରାଜ୍ୟ କଳାକାର ମହାସଂଘ

ଭୁବନେଶ୍ୱର ; ୨୩/୦୭ ( ଜ୍ୟୋତି ରଞ୍ଜନଙ୍କ ଠାରୁ) : କ୍ରାନ୍ତୀ ଦିବସରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ରାଜ୍ୟ କଳାକାର ମହାସଂଘ । କୋଭିଡ଼ ମହାମାରୀ ଯୋଗୁଁ ଯାତ୍ରା, ମେଲୋଡି ଓ ମଞ୍ଚ ସବୁ ବନ୍ଦ । ପ୍ରାୟ ୨ ବର୍ଷ ହେବ ଅଭିନୟ କରି ପେଟ ପୋଷୁଥିବା କଳାକାରଙ୍କ ପରିସ୍ଥିତି କହିଲେ ନ ସରେ। କୋରନା କଳାକାରଙ୍କ ଜୀବିକା ଛଡାଇ ନେଇଛି । ଫଳରେ ଅଭାବ ଅନଟନରେ ଏମାନେ ଜୀବନ ଅତିବାହିତ କରୁଛନ୍ତି । ରାଜ୍ୟରେ ବିଭିନ୍ନ ଯାତ୍ରା, ମଞ୍ଚ ଓ ମେଲୋଡିରେ ସାମିଲ ଥିବା ପ୍ରାୟ ୩ ଲକ୍ଷ ୬୦ ହଜାର କଳାକାରଙ୍କ ମଧ୍ୟରୁ ୨ ଲକ୍ଷ କଳାକାରଙ୍କ ଜୀବନ ଶୋଚନୀୟ ହୋଇପଡିଛି । କଳାକାରଙ୍କୁ କୋଭିଡ଼ ପ୍ୟାକେଜ ଦାବି କରିଛି ରାଜ୍ୟ କଳାକାର ମହାସଂଘ । ଏନେଇ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କଳାକାରମାନଙ୍କୁ ସ୍ୱତନ୍ତ୍ର କୋଭିଡ଼ ପ୍ୟାକେଜ ସହ ତାଙ୍କର ଥିବା ୫ ଦଫା ଦାବି ପୂରଣ କରିବା ଲାଗି ସଂସ୍କୃତି ମନ୍ତ୍ରୀ, ବିଭାଗୀୟ ସଚିବଙ୍କୁ ଭେଟି ସଂଘ ପକ୍ଷରୁ ଦାବିପତ୍ର ଦିଆଯାଇଛି । ସଂଘ ପକ୍ଷରୁ କୁହାଯାଇଛି କି ସମ୍ପ୍ରତି କେଭିଡ କଟକଣାରେ ରାଜ୍ୟର ସବୁ ବର୍ଗର କଳାକାର ନିଜର ଜୀବନ ଜୀବିକା ହରାଇ ଦୟନୀୟ ସ୍ଥିତିରେ କାଳାତିପାତ କରୁଛନ୍ତି । ତେଣୁ କଳାକାରଙ୍କ ସହାୟତା ସକାଶେ ରାଜ୍ୟର ସବୁ ବର୍ଗର କଳାକାର ମାନଙ୍କୁ କରୋନା ପ୍ରଭାବିତ ବିଗତ ଛଅ ମାସର ମାସିକ ପ୍ରତ୍ୟେକଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ତୁରନ୍ତ ପ୍ରଦାନ କରାଯାଉ । ରାଜ୍ୟ କଳାକାର ମହାସଂଘ ଓଡିଶାର କାର୍ଯ୍ୟାଳୟ ପାଇଁ ରାଜଧାନୀର ଯେକୌଣସି ସ୍ଥାନରେ ଜାଗା ପ୍ରଦାନ କରାଯାଉ । ରାଜ୍ୟର ସମସ୍ତ ପ୍ରକୃତ ଅବଶିଷ୍ଟ ରହିଯାଇଥିବା ସମସ୍ତ କଳାକାରଙ୍କୁ ପର୍ଯ୍ୟାୟକ୍ରମେ ପ୍ରତିବର୍ଷ କଳାକାର ଭତ୍ତା ପ୍ରଦାନ କରାଯାଉ । ପଞ୍ଜିକୃତ ଓ ସ୍ବୀକୃତିପ୍ରାପ୍ତ କଳାକାରକୁ ଗମନାଗମନ ସମୟରେ ବସ ଓ ଟ୍ରେନରେ ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯାଉ । ଦୁସ୍ଥ ଓ ଯୋଗ୍ୟ କଳାକାରଙ୍କ ପାଇଁ ଆବାସ ଯୋଜନାରେ ସ୍ବତନ୍ତ୍ର ଭାବେ ସାମିଲ କରାଯାଇ ଅଗ୍ରାଧକାର ଭିତ୍ତିରେ ପକ୍କା ଘର ଯୋଗେଇ ଦିଆଯାଉ।
ଯଦି ଏହି ଦାବି ପୂରଣ କରାନଯାଏ ତେବେ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ରାଜ୍ୟର ସମସ୍ତ ବର୍ଗର କଳାକାର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେତାବନୀ ଦିଆଯାଇଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close