ରାଜ୍ୟରେ କୋଭିଡରେ ମୃତ ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା

ଭୁବନେଶ୍ୱର ; ୨୩/୦୭ (ବ୍ୟୁରୋ) : ଦୀର୍ଘ ଦିନ ଧରି କୋଭିଡ ମହାମାରୀ ସମୟରେ କରୋନା ଯୋଦ୍ଧା ସାଜି ସମାଜ ପାଇଁ କାର୍ଯ୍ୟ କରି ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ସରକାରଙ୍କ ତରଫରୁ ସହାୟତାରାଶି ଘୋଷଣାକରାଯାଇଛି। ବିଗତ ଦିନରେ କୋଭିଡ ସଂକ୍ରମଣରେ ମୃତ ରାଜ୍ୟର ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିଛନ୍ତି । କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ଏହି ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ୫୫ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ଅର୍ଥ ରାଶି ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର କୋଭିଡ-୧୯ରେ ମୃତ କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ପୂର୍ବରୁ ଘୋଷଣା କରିିଥିଲେ ତାହା ଏବେ କାର୍ଯ୍ୟକାରୀ କରାଯାଇଛି।
ସହାୟତା ପାଇଁ ଦିଆଯାଇଥିବା ନାମ ମଧ୍ୟରୁ
ଅଶୋକ କୁମାର ସାହୁ, ମଂଥନ, ଯାଜପୁର
ପ୍ରଭାତ କୁମାର ରାଉତରାୟ, ଲୋକ ସଂପର୍କ, ଯାଜପୁର
ପ୍ରଦୀପ କିଶୋର ସାହୁ, ସମ୍ବାଦ, ଗଂଜାମ
ଗୋବିନ୍ଦ ବେହେରା, ଟିଭି ନିଉଜ ୬(ୱେବ), ଗଂଜାମ
କିଶୋର ଚନ୍ଦ୍ର ଦାଶ, ସମାଜ, ଗଂଜାମ
ନରେଶ କୁମାର ବେହେରା, ଓଡ଼ିଶା ଫାଇଲ୍ସ, ଗଂଜାମ
ରତ୍ନାକର ମହାରଣା, କଳିଙ୍ଗ ଜ୍ୟୋତି, ଗଂଜାମ
ନୀଳୟ ରଂଜନ ପଟ୍ଟନାୟକ, ବ୍ଲକ ପ୍ରତିନିଧି, ଗଂଜାମ
କରୁଣାକର ସାହୁ, ଅନୁପମ ଭାରତ, ଗଂଜାମ
ମାନସ ଜୟପୁରିଆ, ଜି-ଓଡ଼ିଶା, ଭୁବନେଶ୍ୱର
ବସନ୍ତ ଦାସ, ମୁକ୍ତବୃତ୍ତି ସାମ୍ବାଦିକ , ଭୁବନେଶ୍ୱର
ବିଜୟନ ଲକ୍ଷ୍ମୀ ମହାନ୍ତି, ଆଜିକାଲି, ଭୁବନେଶ୍ୱର
ପ୍ରୀତିମାନ ମହାପାତ୍ର, ଟାଇମ୍ସ ଅଫ୍ ଇଣ୍ଡିଆ, ଭୁବନେଶ୍ୱର
ଶୁଭ୍ରାଂଶୁ ଶେଖର ମିଶ୍ର, ସମ୍ବାଦ, ବଲାଙ୍ଗୀର
ଯତୀଶ ଚନ୍ଦ୍ର ଖମାରୀ, ସମ୍ବାଦ, ବଲାଙ୍ଗୀର
କୈଳାଶ ଚନ୍ଦ୍ର ସାହୁ, ପ୍ରଗତିବାଦୀ, ବଲାଙ୍ଗୀର
ଭାନୁପ୍ରକାଶ ରଥ, ନକ୍ଷତ୍ର ଟିଭି, କଳାହାଣ୍ଡି କୋଭିଡରେ ମୃତ୍ୟୁବରଣ କରିଥିବା ଆଉକିଛି ସାମ୍ବାଦିକଙ୍କ ପ୍ରସ୍ତାବ ମଧ୍ୟ ବିଭାଗର ବିଚାରାଧିନ ରହିଛି ବୋଲି ଜଣାପଡିଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close