‘ଇନର ହୁଇଲ କ୍ଲବ’ ତରଫରୁ ବ୍ୟାସନଗର ହାଇସ୍କୁଲରେ ବୃକ୍ଷରୋପଣ
ବ୍ୟାସନଗର, ୧୩/୭(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଚୋରଦା ସ୍ଥିତ ‘ବ୍ୟାସନଗର ହାଇସ୍କୁଲ’ (ଭି.ଏନ ହାଇସ୍କୁଲ) ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ‘ଇନର ହୁଇଲ କ୍ଲବ’ ତରଫରୁ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ଅନ୍ୟାନ ଶିକ୍ଷକମାନେ ସହଯୋଗ କରିଥିଲେ । କ୍ଲବର ସଭାନେତ୍ରୀ କାମନା ନାୟକ, ସଂପାଦିକା ଉଷାମଞ୍ଜରୀ ସାହୁ, ଡ଼ଃ. ଦେବସ୍ମିତା ସାହୁ (ଆଇ.ପି.ପି), ଯାଜପୁର ଜିଲ୍ଲା ମହିଳା ବିଜେଡି ସଭାପତି ସବିତା ରାଉତ, ସମୀତା ଧର, ଅନସୂୟା ସାହୁ, ଶ୍ରାବଣୀ ଦିକ୍ଷିତ୍, ସୁପ୍ରିୟା ରାଉତ, ସରୋଜିନୀ ରାଜ ପ୍ରମୁଖ ଯୋଗ ଦେଇ ଚାରାରୋପଣ କରିଥିଲେ । ଶେଷରେ କ୍ଲବର ସଂପାଦିକା ଶ୍ରୀମତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Live Share Market