ଜହ୍ନା ବଳଦେବଜୀଉ ମନ୍ଦିରରେ କୋଭିଡ଼ କଟକଣା ଭିତରେ ରଥଯାତ୍ରା ବିଧି ରକ୍ଷା
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ଜହ୍ନା: ଜହ୍ନା ବଳଦେବଜୀଉ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶ୍ରୀ ଗୁଣ୍ଡିଚା ପବିତ୍ର ତିଥିରେ ଆଜି ତିନି ଠାକୁରଙ୍କ ପହଣ୍ଡି ବିଜେ ହୋଇଛି । କରୋନ କଟକଣା ଓ ମାନ୍ୟବର ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ପାଳନ କରାଯିବା ସହ ରଥ ନିର୍ମାଣ ସାରିଥିଲେ ମଧ୍ୟ ତିନି ଠାକୁରଙ୍କୁ ରଥକୁ ନିଆଯାଇ ନ ଥିଲା । ଟ୍ରଷ୍ଟ ବୋର୍ଡ ର ନିଷ୍ପତ୍ତି ଅନୁଯାୟୀ ମନ୍ଦିର ବେଢାରେ ଅସ୍ଥାୟୀ ମାଉସୀ ମା ମନ୍ଦିରରେ ଠାକୁରଙ୍କୁ ରଖାଯାଇ ରଥଯାତ୍ରା ବିଧିରକ୍ଷା ପାଳନ କରାଯାଇଥିଲା । ସକାଳେ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି, ରୋଷ ହୋମ, ଅସ୍ଥାୟୀ ମାଉସୀ ମା ଘର ଗୃହ ପ୍ରବେଶ, ସୂର୍ଯ୍ୟ ପୂଜା, ଗୋପାଳ ବଲ୍ଲଭ ଧୂପ, ମଙ୍ଗଳାର୍ପଣ ପରେ ପ୍ରଧାନ ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ବୋଇତାଇ ଛେରା ପହଁରା କରିଥିଲେ । ପହଣ୍ଡି ବିଜେ ପରେ ତିନି ଠାକୁରଙ୍କୁ ଅସ୍ଥାୟୀ ମାଉସୀ ମା ମନ୍ଦିରରେ ବିଜେ କରାଯାଇଥିଲା । ସାମାଜିକ ଦୂରତା ରଖାଯିବ ସହ ସେବାୟତମାନେ କୋଭିଡ୍ ନିୟମ ମାନି ପହଣ୍ଡିରେ ସହଯୋଗ କରିଥିଲେ । ପହଣ୍ଡି ବିଜେ ସମୟରେ ସର୍ବସାଧାରଣ ଙ୍କ ନୈବିଦ୍ୟ ଅସ୍ଥାୟୀ ମାଉସୀ ମା ମନ୍ଦିରର ସନ୍ଧ୍ୟା ଆଳତୀ ପରେ କରାଯାଇଥିଲା । ଟ୍ରଷ୍ଟ ବୋର୍ଡର ସଦସ୍ୟ ଚିନ୍ତାମଣି ପାଢ଼ୀ, କାମଦେବ ଦାଶ, ସଦାନନ୍ଦ ବେହେରା, ପ୍ରୀତିରଞ୍ଜନ ସାହୁ, ବିମ୍ରମ ବିଶ୍ବାଳ,ସଞ୍ଜୟ ସାହୁ, ଳକ୍ଷ୍ମୀଧର ଦାଶଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ରହି ରଥଯାତ୍ରା ବିଧିରକ୍ଷା କାର୍ଯ୍ୟରେ ସହଯୋଗ କରିଥିଲେ ଓ ସମସ୍ତ ଗ୍ରାମବାସୀ ସାମାଜିକ ଦୂରତାରେ ଉପସ୍ଥିତ ରହି ମହାପ୍ରଭୁଙ୍କ କୃପାଲାଭ କରିଥିଲେ। ଏହି ଅସ୍ଥାୟୀ ମାଉସୀ ମା ମନ୍ଦିରରେ ମହାପ୍ରଭୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ରହିବା ସହ ଦୈନଦିନ ବଡ଼ସିଂହାର ବେଶ ହେବ ବୋଲି ସୂଚନା ମିଳିଛି ।
Live Share Market