ପରିବେଶବିତ ଓ ସମାଜସେବୀ ଅଶ୍ୱିନୀ କୁମାର ଧଳଙ୍କୁ “ମହାତ୍ମାଗାନ୍ଧୀ ଗ୍ଲୋବାଲ ପିସ ଆୱାର୍ଡ”

କଳିଙ୍ଗନଗର,୧୦/୭(ଉ.ନ୍ୟୁଜ୍ ବ୍ୟୁରୋ): କଳକାରଖାନାରୁ ନିର୍ଗତ ଧୂଳିଧୂଆଁରେ ଆଚ୍ଛାଦିତ କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ପ୍ରଦୂଷଣ ଜର୍ଜରିତ ନିକଟବର୍ତ୍ତୀ ଗ୍ରାମଗୁଡିକକୁ ପ୍ରଦୂଷଣ ମୁକ୍ତ କରିବାର ସ୍ୱପ୍ନ ନେଇ, ଅଦ୍ୟମ ଉଦ୍ୟମ ଜାରିରଖିଥିବା ଜଖପୁରା ନିବାସୀ, କଳିଙ୍ଗନଗର ପରିବେଶ ସୁରକ୍ଷା ସମିତିର ସଭାପତି ତଥା ଯାଜପୁର ଜିଲ୍ଲାର ଜଣେ ଜଣାଶୁଣା ପରିବେଶବିଦ୍  ଓ ସମାଜସେବୀ ଭାବେ ପରିଚିତ ଅଶ୍ୱିନୀ କୁମାର ଧଳ(ଦିକୁଆ)ଙ୍କ ସମାଜ ଓ ପରିବେଶ ପ୍ରତି ଥିବା ଅଙ୍ଗୀକାରବୋଧତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ମହାତ୍ମା ଗାନ୍ଧୀ ଗ୍ଲୋବାଲ ପିସ ଫାଉଣ୍ଡେସନ (MGGPF India) ସଂସ୍ଥା ତରଫରୁ ଶ୍ରୀ ଧଳଙ୍କୁ 2021ବର୍ଷ ପାଇଁ “ମହାତ୍ମାଗାନ୍ଧୀ ଗ୍ଲୋବାଲ ପିସ ଆୱାର୍ଡ” ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ନିର୍ଭୀକ ଓ ନିରବଛିନ୍ନ ଭାବେ ପ୍ରଦୂଷଣ ବିରୋଧରେ ସ୍ୱର ଉତ୍ତୋଳନ, ବହୁ ସଂଖ୍ୟାରେ ବୃକ୍ଷରୋପଣ, ପରିବେଶ ପ୍ରତି ସମର୍ପଣଭାବ, ନିଃସ୍ୱାର୍ଥପର ସମାଜସେବା, କରୋନା ମହାମାରୀ ସମୟରେ ଗରିବ ଲୋକଙ୍କୁ ମାସ୍କ ଓ ଖାଦ୍ୟ ବଣ୍ଟନ ଆଦି କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ । ବିଶେଷକରି କରୋନାର ପ୍ରାରମ୍ଭରେ ଗୃହାଭିମୁଖୀ ପଦାଚାରୀ ପ୍ରବାସୀ ଶ୍ରମିକଙ୍କ ପାଇଁ ମାସ୍କ, ଖାଦ୍ୟ, ପାନୀୟଜଳ ଓ ଗାଡି ଆଦିର ବ୍ୟବସ୍ଥା କରି ସମାଜ ପ୍ରତି ଥିବା ତାଙ୍କର କର୍ତ୍ତବ୍ୟବୋଧତା ଓ ସମର୍ପଣଭାବର ପରିଚୟ ଦେଇ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଏହା ପୂର୍ବରୁ ଗତ ଜୁନ ମାସରେ ଓଡିଶା ସମାଜସେବୀ ମହାସଂଘ (SAFO) ତରଫରୁ ଶ୍ରୀ ଧଳଙ୍କୁ “ସେବାହିଁ ସମ୍ମାନ” ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close