ଫେରୋକ୍ରୋମ କାରଖାନାର ପୂର୍ବତନ ଅଧିକାରୀ ଗୈାରହରି କରଣଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକ

ବ୍ୟାସନଗର,୧୦/୭(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଫେରୋକ୍ରୋମ କାରଖାନାରୁ ଚାକିରୀରୁ ଅବସର ନେବା ପରେ ବରିଷ୍ଠ ଅଧିକାରୀ ଗୈାରହରି କରଣ ବ୍ୟାସନଗର ପୈାରାଂଚଳର ଚୁନଭାଟି ପ୍ଲଟ ନିକଟରେ ଘର କରି ରହୁଥିଲେ । ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ । ୨୦୧୪ରେ ତାଙ୍କର ବ୍ରେନ ଷ୍କ୍ରୋକ୍ ହୋଇଥିଲା । ଦୀର୍ଘ ୯ ମାସ ଧରି ସେ ଏକ ରକମର ବିଛଣାରେ ପଡ଼ି ରହିଥିଲେ । ଗତକାଲି ଶୁକ୍ରବାର ସକାଳେ ଖାଉଥିବା ବେଳେ ଅଧିକ ଜଟିଳତା ଅନୁଭବ କରିବାରୁ ତାଙ୍କର ପରଲୋକ ଘଟିଥିଲା । ତାଙ୍କର ୩ ଝିଅ ଓ ଗୋଟିଏ ପୁଅ । ୦୩ ଝିଅ ବିବାହିତ । ଏକମାତ୍ର ପୁତ୍ର ଶୁଭେନ୍ଦୁ (ମୁନା), ତାଙ୍କ ସହଧର୍ମୀଣି, ପୁତ୍ର ବଧୂଙ୍କ ସହ ସେ ସେଠାରେ ରହୁଥିଲେ । ଶୁଭେନ୍ଦୁ ଝାରସୁଗୁଡା ଜି.ଏସ.ଟି ବିଭାଗରେ କାର୍ଯ୍ୟରତ । ୰ କରଣଙ୍କ ଶେଷକୃତ ସ୍ଥାନୀୟ ବ୍ୟାସ ସରୋବର ଶଶ୍ମାନରେ କରାଯାଇଥିଲା । ପୁଅ ଶୁଭେନ୍ଦୁ ମୁଖାଗ୍ନୀ ଦେଇଥିଲେ । ତାଙ୍କ ବିୟୋଗରେ ବହୁ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ବିୟୋଗରେ ପୂର୍ବତନ ନଗରପାଳ ତଥା ବରିଷ୍ଠ ବିଜେଡି ନେତା ରସାନନ୍ଦ ମହାନ୍ତି, ବରିଷ୍ଠ ନେତା ସନ୍ତୋଷ କୁମାର ମହାନ୍ତି, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।    

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close