ଗୋପବନ୍ଧୁଙ୍କ ମହା ପ୍ରୟାଣ ଦିବସରେ ଶ୍ରଦ୍ଧାସୁମନ ଅର୍ପଣ

ଯାଜପୁର, ୯ା୭: ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ପବିତ୍ର ମହା ପ୍ରୟାଣ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଚ୍ଥି । ଚଳିତ ବର୍ଷ ଜୁଲାଇ ୯ ତାରିଖ ଶୁକ୍ରବାର ପବିତ୍ର ନେତ୍ରୋତ୍ସବ ଅବସରରେ ଯାଜପୁର ସହର ସ୍ଥିତ ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଗୋପବନ୍ଧୁ ଓଡିଆ ଜାତିର ଅସ୍ମିତାର ପ୍ରତୀକ । ଦରଦୀ ଓ ଦରିଦ୍ରର ବନ୍ଧୁ ଭାବେ ଓଡିଶାର ଘରେ ଘରେ ଗୋପବନ୍ଧୁ ପରିଚିତ । ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ବକ୍ତାମାନେ ମତ ବ୍ୟକ୍ତ କରିଥିଲେ । କୋଭିଡ ନିୟମ ଆଧାରରେ ସମାଜ ସେବୀ ନିଶିଥ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପୁର୍ବତନ ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସ, ପ୍ରମେୟ ସମ୍ୱାଦପତ୍ରର ଉପ ମହାପ୍ରବନ୍ଧକ ପୂର୍ଣ୍ଣ ଚନ୍ଦ୍ର ଦେଓ, ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ଆନନ୍ଦ ଚନ୍ଦ୍ର ସାହୁ, ବୈଷ୍ଣବ ଦତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିରୂପମା ମହାନ୍ତି, ଗଣମାଧ୍ୟମ ପ୍ରତିନିଧି ବିଜୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close