ପୋଲିସ ଉପସ୍ଥିତିରେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଦ୍ୟପଙ୍କ ଉତ୍ପାତ: କର୍ମଚାରୀଙ୍କୁ ଧମକ ଚମକ ଓ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ମନଇଚ୍ଛା ଟିକା ବଣ୍ଟନ

ମାହାଙ୍ଗା,୦୬/୦୭ (ଉ.ନ୍ୟୁଜ୍ ବ୍ୟୁରୋ): କଟକ ଜିଲ୍ଲାର ମାହାଙ୍ଗା ଥାନା ନିକଟରେ ଥିବା ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଅପରାହ୍ନରେ କୋଭିଡ ଟିକାଦାନ ଚାଲିଥିବା ବେଳେ ପାଖ ଗ୍ରାମର ଦୁଇଜଣ ମଦ୍ୟପ ଆକଣ୍ଠ ମଦ୍ୟପାନ କରି ଅତ୍ୟନ୍ତ ନିଶାଗ୍ରସ୍ଥ ଅବସ୍ଥାରେ ଆସି କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜୋରଜବରଦସ୍ତ କେତେକଙ୍କୁ ଟିକାଦେବାକୁ ବାଧ୍ୟ କରିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲାକି ଏହି ମଦ୍ୟପଙ୍କ ଏହି କାଣ୍ଡ ସମୟରେ ମାହାଙ୍ଗା ପୋଲିସ ନୀରବଦ୍ରଷ୍ଠା ସାଜିଥିବାରୁ ସାଧାରଣରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଖବରରୁ ଜଣାଯାଏ କି ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି କୋଭିଡ ଟିକାକରଣ ଚାଲିଥିବା ବେଳେ ଅପରାହ୍ନରେ ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକମାନଙ୍କୁ ପ୍ରଥମ ମାତ୍ରା ଓ ଦ୍ୱିତୀୟ ମାତ୍ରା ଟୀକା ଦିଆଯାଉଥିଲା । ଏହି ସମୟରେ ସ୍ଥାନୀୟ ଗ୍ରାମର ୨ ଜଣ ମଦ୍ୟପ ଟିକାଦାନ ସ୍ଥଳରେ ଆସି କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହି ମଦ୍ୟପ ଦ୍ୱୟ ନିଶାଗ୍ରସ୍ଥ ଅବସ୍ଥାରେ ସେମାନଙ୍କ ସହ ଆଣିଥିବା କିଛି ଲୋକଙ୍କୁ ଜୋର ଜବରଦସ୍ତ ଟିକା ପ୍ରଦାନ ଲାଗି କର୍ମଚାରୀଙ୍କୁ ବାଧ୍ୟ କରିଥିଲେ । କର୍ମଚାରୀମାନେ ଏଥିରେ ରାଜି ନ ହେବାରୁ ସେମାନେ ମାରଧର କରିବାକୁ ଧମକ ଦେବାରୁ ବାଧ୍ୟହୋଇ କର୍ମଚାରୀମାନେ କେତେକ ଲୋକଙ୍କୁ ନିୟମ ବାହାରେ ଯାଇ ଟିକାଦାନ କରିଥିଲେ । ଏହି ସମୟରେ ସେଠାରେ ବିଶୃଙ୍ଖଳା ଦେଖାଯାଇଥିଲା। ଲାଇନରେ ଦୀର୍ଘ ସମୟ ଧରି ଖରା ଗରମରେ ଛିଡ଼ା ହୋଇଥିବା ବୃଦ୍ଧ ବୃଦ୍ଧାଙ୍କ ସମେତ ଅନ୍ୟମାନେ ଭାରି ଅଶ୍ଵସ୍ଥିବୋଧ କରିବା ସହ କେତେକ ହତାଶ ହୋଇ ଫେରିଥିଲେ । ସବୁଠୁ ଆଶୋଭନୀୟ ଦୃଶ୍ୟ ଥିଲା ଯେ ସେଠାରେ ମଦ୍ୟପଙ୍କ ଉତ୍ପାତ ଚାଲିଥିବାବେଳେ ମାହାଙ୍ଗା ଥାନା ପୋଲିସ କର୍ମଚାରୀ ଏହାକୁ ଉପଭୋଗ କରିଥିଲେ । ୫୦୦ ମିଟର ଦୂରରେ ଥିବା ଥାନାକୁ ଜଣାଇ ଫୋର୍ସ ମଗାଇବାକୁ କେତେକ ଲୋକ ସଂପୃକ୍ତ ପୋଲିସ କର୍ମଚରୀଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେ କର୍ଣ୍ଣପାତ କରିନଥିଲେ ।  ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଭାବ ଦେଖାଦେଇଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ମହଲରେ ହତାଶଭାବ ଖେଳି ଯାଇଛି । ଏଠାରେ ସୂଚନା ଯୋଗ୍ୟକି ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଜଣେ ବିଶୃଙ୍ଖଳିତ କର୍ମଚାରୀଙ୍କୁ ନିକଟରେ ବଦଳି କରାଯାଇଛି । ସେ କଟକରେ ରହି ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ତାଙ୍କର ଜଣେ ମହିଳା ସାଥିଙ୍କୁ ଧରି ଏଭଳି ବିଶୃଙ୍ଖଳିତ କାଣ୍ଡ ବାରମ୍ବାର ଘଟାଉ ଥିବାର ଅନୁସନ୍ଧାନରୁ ଜଣାପଡ଼ିଛି । ମହାମାରୀ ସମୟରେ ଏଭଳି ହରକତ ଭିଆଇ ଥିବା ମଦ୍ୟପ ଦ୍ୱୟ ଏବଂ ତାଙ୍କ କାରନାମାକୁ ଦେଖୁଥିବା ମାହାଙ୍ଗା ପୋଲିସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।  
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close