୫ ଜଣ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ଏସପି ପାହ୍ୟା

ଭୁବନେଶ୍ୱର ; ୦୬/୦୭ (ବ୍ୟୁରୋ) : ୫ ଜଣ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ୫ ଜଣ ଅଧିକାରୀ ରବିନାରାୟଣ ବେହେରା, ଦୁର୍ଗା ପ୍ରସାଦ ତ୍ରିପାଠୀ, ଜ୍ଞାନ ରଞ୍ଜନ ମହାନ୍ତି, ଚିନ୍ନାପା ହୃଦୟାନନ୍ଦ ଏବଂ କୃତିବାସ ଜେନାଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ମିଳିଛି । ରାଜ୍ୟ ମୁଖ୍ୟାଳୟରେ ଏଆଇଜି ଭାବେ ରହିଥିବା ରବିନାରାୟଣ ବେହେରାଙ୍କୁ କଟକ ପୋଲିସ ସିଗ୍ନାଲକୁ ଏସପି ଭାବରେ ପଦୋନ୍ନତି ମିଳିଛି । ତେବେ ଅତିରିକ୍ତ ଭାବରେ ରବିନାରାୟଣ ଏହି ଦାୟିତ୍ୱ ସମ୍ଭାଳିବେ । ପୂର୍ବରୁ କଟକ ଏସଆରପି ଭାବରେ ଅତିରିକ୍ତ ଦାୟିତ୍ୱରେ ଥିବା ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କୁ ଏସଆରପି କଟକ ଭାବରେ ପଦୋନ୍ନତି ମିଳିଛି । ଜ୍ଞାନ ରଞ୍ଜନ ମହାନ୍ତିଙ୍କୁ ବୌଦ୍ଧର ଏସପି ଭାବରେ ପଦୋନ୍ନତି ମିଳିଛି । ଚିନ୍ନାପା ହୃଦୟାନନ୍ଦଙ୍କୁ ଏଆଇଜି ମେରିନ୍ ଏବଂ ଉପକୂଳ ସୁରକ୍ଷା ବିଭାଗର ଏସପି ଭାବରେ ଦାୟିତ୍ୱ ମିଳିଛି । କୃତିବାସ ଜେନାଙ୍କୁ ଭିଜିଲାନ୍ସ ଏସପି ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି ।

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close