ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ୱେବ୍‌ ପୋର୍ଟାଲ ମାଧ୍ୟମରେ ପାଠ ପଢ଼ିବା  ବ୍ୟବସ୍ଥା

ଭୁବନେଶ୍ୱର; ୦୬/୦୭ (ବ୍ୟୁରୋ) :  ଦୀର୍ଘ ଦିନ ଧରି କରୋନା ମହାମାରୀ କାରଣରୁ ସ୍କୁଲ କଲେଜ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନେ ପାଠପଢ଼ାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ ଅସୁବିଧା ନହେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା ଲାଗୁ କରାଉଛନ୍ତି। ପୂର୍ବରୁ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୟୁଟ୍ୟୁବ୍‌ରେ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଥିବା ବେଳେ ଏବେ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ୱେବ୍‌ ପୋର୍ଟାଲ ମାଧ୍ୟମରେ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା ମହାମାରୀ ପାଇଁ ଶ୍ରେଣୀ ଗୃହରେ ଶିକ୍ଷାଦାନ ଆରମ୍ଭ ହୋଇ ପାରୁନଥିବା ବେଳେ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ଲାଗି ୱେବ୍‌ ପୋର୍ଟାଲ ମାଧ୍ୟମରେ ରାଜ୍ୟ ସରକାର ଶିକ୍ଷାଦାନ ପାଇଁ ନୂତନ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି।ଏହି ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନେ ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରୋଜେକ୍ଟରେ ସାମିଲ ହେବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି। ଆସନ୍ତା ୮ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ପୋର୍ଟାଲକୁ ଲୋକାର୍ପଣ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close