ବଦଳିଲା ନିର୍ଦ୍ଦେଶାନାମା; ଯାଜପୁର ଜେଏଲସି ଭୁବନେଶ୍ୱରର ପୂର୍ଣ୍ଣକାଳୀନ ଜେଏଲସି ଓ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ଅତିରିକ୍ତ ଆୟୁକ୍ତ ଯାଜପୁରର ଜେଏଲସି ଭାବେ ଅତିରିକ୍ତ ଦାୟିତ୍ୱ ନେଲେ

ଭୁବନେଶ୍ୱର/ବ୍ୟାସନଗର,୦୪ା୭(ଉ.ନ୍ୟୁଜ୍ ବ୍ୟୁରୋ): ମାତ୍ର ୦୨-୦୩ ଦିନ ମଧ୍ୟରେ ବଦଳିଛି ଶ୍ରମ ବିଭାଗର ନିର୍ଦ୍ଦେଶାନାମା । ଏକ ନିର୍ଦ୍ଦେଶାନାମା ବଳରେ ଯାଜପୁରରୋଡରେ ଅବସ୍ଥାପିତ ଯାଜପୁର ଯୁଗ୍ମ ଶ୍ରମ କମିଶନର (ଜେ.ଏଲ.ସି) ପ୍ରଦୀପ କୁମାର ମହାପାତ୍ର ଗତ ତା. ୩୦/୦୬/୨୦୨୧ ବୁଧବାର ଅପରାହ୍ନରେ ଭୁବନେଶ୍ୱର ଜେ.ଏଲ.ସି ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ଠାରୁ ତାଙ୍କ ପରେ ଯାଜପୁର ଜେଏଲସି ପଦ ସହ ଭୁବନେଶ୍ୱରର ଜେଏଲସି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ । ହେଲେ ପୁଣି ଅଚାନକ ତା.୦୧/୦୭ରେ ଆଉ ଏକ ନିର୍ଦ୍ଦେଶାନାମା ବଦଳରେ ଶ୍ରୀ ମହାପାତ୍ରଙ୍କୁ ଭୁବନେଶ୍ୱରର ଅତିରିକ୍ତ ଦାୟିତ୍ୱ ବଦଳରେ ସେଠାରେ ପୁର୍ଣ୍ଣକାଳୀନ ଜେଏଲସି କରାଯାଇଛି । ଯାଜପୁରର ଜେଏଲସି ଦାୟିତ୍ୱ ଭୁବନେଶ୍ୱର ସ୍ଥିତ ଓଡ଼ିଶା ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଶ୍ରମ ଆୟୁକ୍ତ ଭାବେ କାର୍ଯ୍ୟରତ ଥିବା ସୁନୀଲ କୁମାର ସାହୁଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସୁଚନାଯୋଗ୍ୟ, ଶ୍ରୀଯୁକ୍ତ ସାହୁ ଯାଜପୁରୋଡ ସ୍ଥିତ ଶ୍ରମ କାର୍ଯ୍ୟାଳୟରେ ଡି.ଏଲ.ସି ଓ ଜେ.ଏଲ.ସି ଭାବେ ଦୀର୍ଘ ୦୪ ବର୍ଷ ପାଖାପାଖି ସଫଳତାର ସହ କାର୍ଯ୍ୟ କରିଯାଇଛନ୍ତି । ତେଣେ ଭୁବନେଶ୍ୱରର ଜେ.ଏଲ.ସି ପଦ ପାଇଁ ଜଣେ ଅଭିଜ୍ଞ ଓ ଦାୟିତ୍ୱ ସଂପନ୍ନ ଅଧିକାରୀଙ୍କ ଆବଶ୍ୟକତା ଥିବା ବେଳେ ଶ୍ରୀଯୁକ୍ତ ମହାପାତ୍ରଙ୍କ ଭଳି ଦକ୍ଷତା ଓ ଶୃଙ୍ଖଳାର ସହ କାର୍ଯ୍ୟ କରି ପଦ ସମ୍ଭାଳିବା ପାଇଁ ଆଉ ସେପରି କୈାଣସି ଅଧିକାରୀ ନ ଥିବାରୁ ଶ୍ରୀଯୁକ୍ତ ମହାପାତ୍ରଙ୍କୁ ସେଠାରେ ପୂର୍ଣ୍ଣକାଳୀନ ଜେ.ଏଲ.ସି କରାଯାଇଛି । ଭୁବନେଶ୍ୱର ଶ୍ରମ ବିଭାଗରେ ଏବେ ବହୁ ସମସ୍ୟା ଦେଖାଦେଇଛି । ଭୁବନେଶ୍ୱରର ଡି.ଏଲ.ଓ ଶିବଚରଣ ସାହୁ ଏବେ ସସ୍‌ପେଣ୍ଡ ଅଛନ୍ତି । ସେ ନିର୍ମାଣ ଶ୍ରମିକଙ୍କ ରିନ୍ୟୁଆଲ ଫି ୦୫ଲକ୍ଷ ପାଖାପାଖି ଆତ୍ମସାତ୍ କରିବା ସହ ତାଙ୍କ ବିରୋଧରେ ଗୁରୁତର ‘ସେକ୍ସ ସ୍କାଣ୍ଡାଲ’ ଭଳି ଅଭିଯୋଗ ରହିଛି । ଶ୍ରୀଯୁକ୍ତ ମହାପାତ୍ର ସେଠାରେ ଥିଲେ ଏପରି ହୋଇ ନ ଥାନ୍ତା ବୋଲି କୁହାଯାଉଛି । ଏସବୁ ଘଟଣାକୁ ଦେଖି ମନ୍ତ୍ରୀ ସ୍ତରରେ ପୁଣି ଅଚାନକ ଏପରି ଏପାଖ ସେପାଖ କରାଯାଇ ନିର୍ଦ୍ଦେଶାନାମା ଜାରୀ ହୋଇଛି । ଫଳରେ ମାତ୍ର ୪-୫ ମାସ ମଧ୍ୟରେ ଯାଜପୁରରେ ୦୩ଜଣ ଜେ.ଏଲ.ସି କାର୍ଯ୍ୟ କରିଛନ୍ତି । ଶ୍ରୀଯୁକ୍ତ ସାହୁଙ୍କ ପଦୋନ୍ନତି ପରେ କଟକ ଜେ.ଏଲ.ସି ନିଳାମ୍ବର ମିଶାଲଙ୍କୁ ଏଠାରେ ମାତ୍ର ଅଳ୍ପ ଦିନ ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଶ୍ରୀଯୁକ୍ତ ମିଶାଲ ମଧ୍ୟ ଅଳ୍ପ ଦିନ ମଧ୍ୟରେ ଏଠାରେ ତାଙ୍କର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କ ପରେ ଶ୍ରୀଯୁକ୍ତ ମହାପାତ୍ର ଯାଜପୁରର ପୂର୍ଣ୍ଣକାଳୀନ ଜେ.ଏଲ.ସି ଭାବେ ଏଠାରେ ଅତ୍ୟନ୍ତ ସଫଳତା ଓ ଦକ୍ଷତାର ସହ ୪ ମାସ ଧରି କାମ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close