ରାୟଗଡ଼ାରୁ ରାଜସ୍ଥାନ ଗଞ୍ଜେଇ ଚୋରା ଚାଲାଣ ବେଳେ ୭.୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୬ ଜଣକୁ ଅଟକ

ରାୟଗଡା ; ୦୪/୦୭ ( ବ୍ୟୁରୋ) :  ରାଜସ୍ଥାନକୁ ରାୟଗଡ଼ାରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ୭.୮ କ୍ୱିଣ୍ଟାଲା ଗଞ୍ଜେଇ ଜବତ । ରାଜସ୍ଥାନ ଆଜମେରକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ଢ଼େପାଗୁଡା ନିକଟରେ ଟ୍ରକରେ ଲୋଡିଂ ହେଉଥିବା ବେଳେ ସୂଚନା ପାଇ ରେଡ୍ କରିଛି ମୁନିଗୁଡା ପୋଲିସ । ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଭିତରେ ଅଛନ୍ତି ଟ୍ରକ୍ ମାଲିକ, ଡ୍ରାଇଭର ଓ ୪ଜଣ ସ୍ଥାନୀୟ ଗଞ୍ଜେଇ ବେପାରୀ । ଗୋଟିଏ ଟ୍ରକ, ଟ୍ରାକ୍ଟର, ଅଟୋ ସହ ମୋଟ୍ ୭.୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ମୁନିଗୁଡ଼ା ଥାନା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୭୮ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି। ଟ୍ରକଟି ବିଶାଖାପାଟଣାରୁ ଫେରୋ ନିକେଲ ନେଇ ରାଜସ୍ଥାନର ଆଜମେର ଯାଉଥିଲା ।ବସ୍ତାରେ ବନ୍ଧା ହୋଇ ଚାଲାଣ ହେଉଥିଲା ଗଞ୍ଜେଇ। ଟ୍ରକରେ ଗଞ୍ଜେଇ ଚାଲାଣ ନେଇ ପୋଲିସକୁ ଆଗୁଆ ସୂଚନା ମିଳିବା ପରେ ଅଚାନକ ଘଟଣାସ୍ଥଳରେ ପହଞ୍ଚି ୬ ଜଣଙ୍କୁ କାବୁ କରିବା ସହ ଚୋରା ଗଞ୍ଜେଇ ଜବତ କରି ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close