ଜଳେଶ୍ବର ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଅନ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କଲେ କଂଗ୍ରେସ୍ ନେତା ସୁଦର୍ଶନ ଦାସ

ବାଲେଶ୍ବର/ଜଳେଶ୍ବର ; ୦୪/୦୭ ( ବ୍ରଜ ଗୋପାଳ ସେନଙ୍କ ଠାରୁ ) : ଜଳେଶ୍ୱରରେ ଥିବା ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଶିଖରପୁର, ଓଲମାରା, ଖୁଆଡ଼ ଓ ଶାଲବଣୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ପରିଦର୍ଶନରେ ଯାଇଥିଲେ କଂଗ୍ରେସ୍ ନେତା ସୁଦର୍ଶନ ଦାସ । ସବୁଠି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଦୟନୀୟ ଅବସ୍ଥା। PHC ଗୁଡିକରେ ଏମ୍.ବି.ବି.ଏସ୍ ଡାକ୍ତର ନାହାନ୍ତି! ଅସ୍ଥାୟୀ ଆୟୁଷ ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ନେଇ ଚାଲିଛି ସ୍ୱାସ୍ଥ୍ୟ ସେବା । ଏପରିକି ଏଲଟି ମଧ୍ୟ ନାହାନ୍ତି କୌଣସି ପି ଏଚ ସି ରେ ! ଅନେକ ଜାଗାରେ ଏ ଏନ ଏମ ମଧ୍ୟ ନାହାନ୍ତି। ଅସ୍ଥାୟୀ ଆୟୁଷ ଡାକ୍ତର ମାନଙ୍କ ସେବା ବାସ୍ତବିକ ପ୍ରଶଂସନୀୟ ! ବିଧାୟକଙ୍କ ନିଜ ଗାଁ ରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଅବସ୍ଥା ଦୟନିୟ ଆୟୁଷ ଡାକ୍ତର ଓ ଫାର୍ମାସିଷ୍ଟ, ଏହି ଦୁଇ ଜଣଙ୍କୁ ନେଇ ଚାଲିଛି ଏହି ଡାକ୍ତର ଖାନା, ଯାହା ବିଧାୟକଙ୍କ ପାରିବା ପଣିଆ କୁ ଇଙ୍ଗିତ କରେ! ଜଳେଶ୍ୱର ଭଳି ସ୍ଥାନରେ ସ୍ୱାସ୍ଥ୍ୟର ଯଦି ଏହି ଅବସ୍ଥା, ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟ ସେବାର ଅବସ୍ଥା କଣ ତାହା ବର୍ଣନା କରିବା ଆବଶ୍ୟକ ନାହିଁ! ଆସନ୍ତା କାଲି, ନାମ୍ପୋ, ଛମୌଜ, ପଶ୍ଚିମବlଡ଼, ଜମାଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ବୁଲିଲା ପରେ ଜି କେ ଭଟ୍ଟର ହସ୍ପିଟାଲରେ ସ୍ଥିତି ଅନୁଧ୍ୟାନ କରିବେ ବୋଲି ଶ୍ରୀ ଦାସ୍ ପରିପ୍ରକାଶ କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close