କେରଳ ଡି.ଜି ପଦରୁ ଲୋକନାଥ ବେହେରାଙ୍କ ଅବସର, ତିରୁଅନନ୍ତପୁରମ ଷ୍ଟାଡିୟମରେ ବିଦାୟ ସଭା, ବିଭିନ୍ନ ମହଲରୁ ସାଧୂବାଦ; ଅନୀଲ କାନ୍ତ ନୂଆ ଡି.ଜି.ପି

ବ୍ୟାସନଗର/କୋଲମ୍‌, ୩୦/୬: ୧୯୮୫ ବ୍ୟାଚ୍ କେରଳ କ୍ୟାଡର ଆଇ.ପି.ଏସ ଅଧିକାରୀ ତଥା କେରଳର ପୋଲିସ ମହାନିର୍ଦ୍ଦେଶକ ତଥା ପୋଲିସ ମୁଖ୍ୟ ଲୋକନାଥ ବେହେରାଙ୍କ ଆଜି କାର୍ଯ୍ୟକାଳ ଶେଷ ହେବା ଫଳରେ ସେ ଅବସର ଗ୍ରହଣ କରିଛନ୍ତି । ପୁରା ୦୪ ବର୍ଷ ଧରି କେରଳ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଓ ପୋଲିସ ମୁଖ୍ୟ ଦାୟିତ୍ୱରେ ରହି ସରକାର ଓ କେରଳବାସୀଙ୍କ ଆସ୍ଥାଭାଜନ ଓ ପ୍ରଂଶସାର ପାତ୍ର ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ । କେରଳର ତତ୍‌କାଳୀନ ଡି.ଜି ଟି. ପି ସେନକୁମାର ୩୦/୦୬/୨୦୧୭ରେ ଅବସର ଗ୍ରହଣ କରିବା ପରେ କେରଳର ଭିଜିଲାନ୍ସ ଡି.ଜି ଥିବା ଶ୍ରୀଯୁକ୍ତ ବେହେରା ତାଙ୍କ ଠାରୁ ଡି.ଜି.ପି ଓ ରାଜ୍ୟ ପୋଲିସ ମୁଖ୍ୟ ଦାୟିତ୍ୱ ଗ୍ରହଣ କରି ଆଜି ୦୪ ବର୍ଷ ସପୂର୍ଣ୍ଣ କରି ୬୦ ବର୍ଷ ବୟସରେ ଅବସର ଗ୍ରହଣ କରିଛନ୍ତି । କେରଳବାସୀଙ୍କ ଅକୁଣ୍ଠ ସହଯୋଗ ଓ ସରକାରଙ୍କ ତାଙ୍କ ପ୍ରତି ଭରସା ତାଙ୍କୁ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲା ବୋଲି ସେ ତାଙ୍କ ଅବସରକାଳୀନ ସଭାରେ କହିଥିଲେ । ଦୀର୍ଘ ୩୭ ବର୍ଷ ଧରି ପୋଲିସ ସେବାରେ ରହି କେରଳରେ ସେ ରେକର୍ଡ ସ୍ଥାପନ କରିଛନ୍ତି । ଆଜି ଅପରାହ୍ନରେ ଆୟୋଜିତ ଅବସରକାଳୀନ ସଭାରେ ସେ ଭାବବିହ୍ୱଳ ହୋଇଯାଇଥିଲେ ଓ ସେ ତକ୍ଷ୍‌ଣାତ୍ ଓଡ଼ିଶା ପ୍ରର୍ତାବର୍ତନ କରୁନାହାନ୍ତି ଓ କିଛି ଦିନ ପାଇଁ କେରଳରେ ରହିବେ ବୋଲି କହିଥିଲେ । ସେ କେରଳର ଲୋକମାନଙ୍କୁ ବହୁତ ଭଲ ପାଆନ୍ତି ବୋଲି କହିଥିଲେ । ଶ୍ରୀ ବେହେରାଙ୍କ ପଦ ଗ୍ରହଣ ପାଇଁ ୦୮ ଜଣ ବରିଷ୍ଠ ଆଇ.ପି.ଏସଙ୍କ ନାମ ଚର୍ଚ୍ଚାରେ ଥିବା ବେଳେ ଶେଷରେ ବର୍ତମାନର ଭିଜିଲାନ୍ସ ଡି.ଜି ସୁଦେଶ କୁମାର, ଫାଆର ଆଣ୍ଡ ରେସ୍‌କ୍ୟୁ ସର୍ଭିସେସ୍‌ର ନିର୍ଦ୍ଦେଶକ ବି. ସଂନ୍ଧ୍ୟା, ବରିଷ୍ଠ ଆଇ.ପି.ଏସ ଅନୀଲ କାନ୍ତଙ୍କ ନାମ ଚୁଡାନ୍ତ ତାଲିକାରେ ଥିଲା । ହେଲେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ଦିଲ୍ଲୀରେ ଜନ୍ମିତ ୧୯୮୮ ବ୍ୟାଚ୍‌ର ଆଇ.ପି.ଏସ ଅନୀଲ କାନ୍ତ କେରଳର ନୂଆ ଡି.ଜି ହୋଇଛନ୍ତି । ସେ ଏହି ପଦବୀରେ ମାତ୍ର ୦୭ ମାସ ପାଇଁ ରହି ଅବସର ନେବେ ।
      ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ବେହେରା ୧୯୮୫ ମସିହାରେ କେରଳରେ ଜଣେ ଏ.ଏସ.ପି ଭାବରେ ତାଙ୍କର କ୍ୟାରିୟର ଆରମ୍ଭ କରି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସଫଳତାର ସହ କାର୍ଯ୍ୟ କରିଥିଲେ । ସେ କୋଚିର ପୋଲିସ କମିଶନର, ତିରୁଅନନ୍ତପୁରମ୍‌ର ଡି.ସି.ପି ଆଦି ପଦରେ କାର୍ଯ୍ୟ କରି ଜଣେ ଲୋକାଭିମୁଖି ପୋଲିସ ଅଧିକାରୀ ଭାବେ ପ୍ରଂଶସାଭାଜନ ହୋଇଥିଲେ । ସି.ବି.ଆଇର ଡି.ଆଇ.ଜି ପଦରେ ଥିବା ବେଳେ ସେ ବହୁ ସମ୍ବେଦନଶୀଳ ଗ୍ରାହାମ୍ ଷ୍ଟେନନ୍ସ ହତ୍ୟାକାଣ୍ଡ, ପୁରୁଲିଆ ଗୋଳାବର୍ଷଣ, ମୁମ୍ବାଇର ସିରିଏଲ ବମ୍ ବ୍ଲାଷ୍ଟ ଆଦି ଘଟଣାରେ ତଦନ୍ତ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ । ସେ ମାନ୍ୟବର ରାଷ୍ଟ୍ରପତି ମହୋଦୟଙ୍କ ଠାରୁ ଉଲ୍ଲେଖନୀୟ ପୋଲିସ ସେବା ପାଇଁ ‘ମେଡାଲ’ ପାଇଥିଲେ । ଜଣେ ଦକ୍ଷ, କର୍ତବ୍ୟନିଷ୍ଠ, ଅମାୟିକ ବ୍ୟକ୍ତିଭାବରେ ସେ ବେଶ୍ ଜଣାଶୁଣା । ତାଙ୍କର କାର୍ଯ୍ୟାଧାରାରେ କେରଳର ବହୁ ପୋଲିସ ଅଧିକାରୀ ଅନୁପ୍ରାଣିତ ହୋଇଥିଲେ ଓ ତାଙ୍କର ଅବସର ସେମାନଙ୍କୁ ବହୁଳ ଭାବେ ବ୍ୟଥିତ କରିଛି ବୋଲି ଆଜିର ବିଦାୟକାଳୀନ ସଭାରୁ ଏହା ବାରି ହୋଇପଡିଥିଲା । ସେମାନେ ଶ୍ରୀ ବେହେରାଙ୍କୁ ତାଙ୍କର ଶ୍ରେଷ୍ଠ ସମ୍ମାନ ଜଣାଇଥିଲେ । ଏହି ଅବସରରେ ବହୁ ବିଷିଷ୍ଟ ବ୍ୟକ୍ତିମାନେ ତାଙ୍କର ଶୁଭ କାମନା କରିଛନ୍ତି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ କହିଛନ୍ତି ଯେ ଶ୍ରୀ ବେହେରା ଓଡ଼ିଶାର ଜଣେ ଯୋଗଜନ୍ମା ବ୍ୟକ୍ତିଥିଲେ ଓ ସେ କେରଳ ଭଳି ସର୍ବୋକୃଷ୍ଟ ଶିକ୍ଷିତ ତଥା ସଚେତନଶୀଳ ରାଜ୍ୟରେ ଦକ୍ଷତା ଓ ସଫଳତାର ସହ କାର୍ଯ୍ୟକରି କିର୍ତୀମାନ ରେକର୍ଡ ସ୍ଥାପନ କରିଛନ୍ତି । ସେଥିପାଇଁ ଆମେ ଗର୍ବିତ । ତାଙ୍କର ଅବସରକାଳୀନ ସମୟ ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଭଲରେ ଓ ସୁସ୍ଥରେ କଟୁ ବୋଲି ସେ ତାଙ୍କୁ ୱାଟସପ୍ ମେସେଜ୍ ମାଧ୍ୟମରେ ଜଣାଇଛନ୍ତି । ଏତେ ଉଚ୍ଚ ପଦବୀରେ ଥିଲେ ବି ସେ ତାଙ୍କର ୱାଟ୍‌ସପ୍ ମେସେଜକୁ ନିୟମିତ ଦେଖନ୍ତି ବୋଲି ଶ୍ରୀ ରାଉତ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close