ମେଡିକାଲ ଅକ୍ସିଜେନ ଊତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାର ଭିତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର, ୨୫ା୬ : ଗତ କାଲି ଗୁରୁବାର ଅପରାହ୍ନରେ ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସାଳୟ ପରିସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତରଳ ମେଡିକାଲ ଅକ୍ସିଜେନ (ଖଗଙ) ବ୍ୟବସ୍ଥା, ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ଓ ବଣ୍ଟନ (ଚଝଇ) ବ୍ୟବସ୍ଥାର ଭିତିପ୍ରସ୍ତର ସ୍ଥାପନ ଭିଡିଓ କନପଂରେନ୍ସ ମାଧ୍ୟମରେ କରିଚ୍ଥନ୍ତି । ଏହି ବ୍ୟବସ୍ଥା ଦ୍ୱାରା ମେଡିକାଲ ଭିତିଭୂମିର ବିକାଶ ସହ ଚିକିତ୍ସା ବ୍ୟବସ୍ଥାକୁ ଅଧ୍ଚଳ ସୁଦୃଢ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ । ଆମ ପାଇଁ ପ୍ରତିଟି ଜୀବନ ମୁଲ୍ୟବାନ । ଆମ କୋଭିଡ ଯୋଦ୍ଧାମାନଙ୍କର ଅକ୍ଲାନ୍ତ ଉଦ୍ୟମ, ଜନସାଧାରଣଙ୍କ ସହଯୋଗରେ କରୋନାର ୨ୟ ଲହରୀରେ ସୁଧାର ଆସିଛି । କିନ୍ତୁ ବିପଦ ହଟିନାହିଁ । କେତେକ ରାଜ୍ୟରେ ଡେଲ୍ଟାଭାରିଆଂଟର ଲକ୍ଷଣ ଦେଖା ଦେଲାଣି ତେଣୁ ଆମ ସମସ୍ତଙ୍କୁ ସତର୍କ ଓ ସଚେତନ ହେବାକୁ ପଡିବ । ଆମ ରାଜ୍ୟରେ ବର୍ତମାନ ସୁଧା ପ୍ରାୟ ୧କୋଟିରୁ ଉର୍ଦ୍ଧ ଟୀକାକରଣ ସରିଲାଣି । ଜୀବନ ଓ ଜୀବିକାକୁ ସରକାର ଗୁରୁତ୍ୱ ଦେବାସହ ୧୬୯୦କୋଟି ଟଙ୍କାର ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି । ପୂର୍ବରୁ ୧୫ଟି ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିବା ବେଳେ ଆଜି ୮ଟି ଜିଲ୍ଲାରେ ଭିର୍ତିପ୍ରସ୍ତର ସ୍ଥାପନ ହୋଇଛି । ତେଣୁ ସରକାରଙ୍କର ମାର୍ଗଦର୍ଶିକାକୁ ପ୍ରତ୍ୟେକ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଏଥିରେ ଯୋଗ ଦେଇ ବିଜ୍ଞାନ ଓ ପ୍ରଯୁକ୍ତି, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ସରକାର ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବହୁବିଧ ବ୍ୟବସ୍ଥା କରିଚ୍ଥନ୍ତି ବୋଲି କହିଥିଲେ । ଉଭୟ ପିତାମାତା କିମ୍ବା ଜଣଙ୍କର ଦେହାନ୍ତ ହେଲେ ଆଶୀର୍ବାଦ ଯୋଜନାରେ ଅସହାୟ ପିଲାମାନଙ୍କୁ ସହାୟତା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଅନ୍ୟରାଜ୍ୟକୁ ଅକ୍ସିଜେନ ଯୋଗାଇଜୀବନ ରକ୍ଷାକରିମାନ୍ୟବରମୁଖ୍ୟମନ୍ତ୍ରୀସମଗ୍ର ଦେଶରେ ଉଦାହରଣ ପାଲଟିଛନ୍ତିବୋଲିକହିଶ୍ରୀ ପଣ୍ଡା ୩ୟ ଲହରକୁ ପ୍ରତିହତ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେସରକାରୀମୁଖ୍ୟସଚେତକ ପ୍ରମିଳାମଲ୍ଲିକ, ଲୋକସଭାସାଂସଦ ଶର୍ମିଷ୍ଠାସେଠୀ, ବଡଚଣାବିଧାୟକ ଅମର ପ୍ରସାଦ ଶତପଥୀ, ଯାଜପୁରବିଧାୟକ ପ୍ରଣବ ପ୍ରକାଶ ଦାସ, ସୁକିନ୍ଦାବିଧାୟକ ପ୍ରିତିରଂଜନ ଘଡାଇ, ଧର୍ମଶାଳାବିଧାୟକ ପ୍ରଣବକୁମାରବଳବନ୍ତରାୟ, କୋରେଇବିଧାୟକ ଅଶୋକକୁମାରବଳ, ବରୀ ବିଧାୟକ ସୁନନ୍ଦା ଦାସ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଳ୍‌ାପାଳ ଚକ୍ରୱର୍ତୀ ସିଂହ ରାଠୋର ଏଥିରେ ଅଧ୍ୟକ୍ଷତା କରିବା ସହ ଏହି ତରଳ ଅକ୍ସିଜେନ ବ୍ୟବସ୍ଥା ଦ୍ୱାରା ଲୋକମାନେ ବହୁତ ଉପକୃତ ହେବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳ୍‌ାପାଳ ଅକ୍ଷୟ କୁମାର ମଲ୍ଲିକ, ସିଡିଏମ୍‌ଓ ଡା. ବିରଂଚି ନାରାୟଣ ବାରିକ, ଏଡିଏମଓ ଡା. ସୁଧାଂଶ ୁଶେଖର ବଳ, ଅନୁପ କୁମାର ନାଥଶର୍ମା, ମହାମାରୀ ବିଶେଷଜ୍ଞ ଡା. ପାର୍ଥସାରଥି ମିଶ୍ର ଓ ଅନ୍ୟାନ୍ୟ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close