ଯାଜପୁର ଜିଲ୍ଲାର ବରିଷ୍ଠ ଟ୍ୟାକ୍ସ ମୋହରର ବଳରାମ ସ୍ୱାଇଁଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ

ବ୍ୟାସନଗର,୨୪/୬(ଉ.ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ପୈାର ପରିଷଦର ନହକା ଗ୍ରାମର ମୁରବୀ ଶ୍ରେଣୀର ବ୍ୟକ୍ତି ତଥା ଯାଜପୁର ଜିଲ୍ଲା ବରିଷ୍ଠ ଟ୍ୟାକ୍ସ ମୋହରର ୰ ବଳରାମ ସ୍ୱାଇଁଙ୍କ ୧ମ ଶ୍ରାଦ୍ଧ ବାର୍ଷିକ କୋଭିଡ଼ କଟକଣା ମଧ୍ୟରେ ଆଜି ନହକା ସ୍ଥିତ ତାଙ୍କ ବାସଭବନରେ ପାଳିତ ହୋଇଯାଇଛି । ତାଙ୍କର ଏକମାତ୍ର ପୁତ୍ର ତଥା ସ୍ଥାନୀୟ ଇନ୍ଧିରାଗାନ୍ଧୀ ମହିଳା ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରାଦ୍ଧ ଉତ୍ସବରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଅତିଥି ଭାବେ ଯୋଗ ଦେଇ ୰ ସ୍ୱାଇଁଙ୍କର ଯାଜପୁର ଜିଲ୍ଲାରେ ଥିବା ପରିଚିତି, ସୁନାମ, ଲୋକ ସଂର୍ପକ ତାଙ୍କୁ ସବୁବେଳେ ଅମର କରି ରଖିବ । ବର୍ଷିୟାନ ମୋହରୀର ଶ୍ରୀ ସ୍ୱାଇଁଙ୍କ ସମାଜସେବା, ବିଭିନ୍ନ ଅନୁଷ୍ଠାନରେ ସଂପୃକ୍ତି ବିଶେଷକରି ତାଙ୍କର କାର୍ଯ୍ୟଶୈଳୀ ଆଜିର ଯୁବ ପିଢ଼ୀ ପାଇଁ ଉଦାହରଣ ସୃଷ୍ଟି କରିବା ସହ ମୋହରୀର ବୃତି ପାଇଁ ଆକୃଷ୍ଟ କରୁଛି ବୋଲି ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଥିଲେ । ବରିଷ୍ଠ ଆଡ଼ଭୋକେଟ ବିବେକାନନ୍ଦ ମହାନ୍ତି ତାଙ୍କ ବାର୍ତାରେ କହିଛନ୍ତି ଯେ, ୰ ସ୍ୱାଇଁଙ୍କ ସହ ଆଇନ ପେଷାରେ ଦୀର୍ଘ ବର୍ଷ ଧରି ଜଡ଼ିତ ରହି କାର୍ଯ୍ୟକରିବାର ସୁଯୋଗ ପାଇଁ ବହୁ ଅନୁଭୂତି ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ହିମାଂଶୁ ଭୂଷଣ ମହାପାତ୍ର, ଶ୍ରୀଧର ନାୟକ, ଦୁଃଶାସନ ବିଶ୍ୱାଳ, ଅମର ସ୍ୱାଇଁ, ସୁମନ୍ତ ରାଉତ ପ୍ରମୁଖ ଯୋଗ ଦେଇ ତାଙ୍କର ସ୍ମୃତିଚାରଣ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କର ଜ୍ୟେଷ୍ଠ ନାତି ସୈାମ୍ୟରଂଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close