କୋରେଇ ଧନେଶ୍ୱର ସମବାୟ ସମିତି ଧାନ କିଣାରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ଗଣ ଅନଶନରେ ବସିଲେ ଚାଷୀ
କୋରେଇ: ଆଜି ତା 23.6.21ରିଖ ଧନେଶ୍ୱର ସେବା ସମବାୟ ସମିତି ଚାଷୀମାନଙ୍କ ଠାରୁ ଧାନ କିଣାରେ ବ୍ୟାପକ ଅନିୟମିତତା ହୋଇଥିବାରୁ ଚାଷୀମାନେ ବାରମ୍ବାର ଅଭିଯୋଗ କରିଆସୁଥିଲେ ! ସମବାୟ ସମିତି କିଛି ନିର୍ଦ୍ଧିଷ୍ଟ ଚାଷୀଙ୍କୁ ଅଗ୍ରାଧିକାର ଦେଉଥିବାରୁ ଏହାକୁ ପ୍ରତିବାଦ କରି ଗତ ତା 08.6.21ରିଖ ଓ ତା 16.6 21ରିଖରେ ଯାଜପୁର ଜିଲ୍ଲାପାଳ, ରାଜ୍ୟ କୃଷୀ ଓ ସମବାୟ ମନ୍ତ୍ରୀ, ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ ଧନେଶ୍ୱର ସେବା ସମବାୟ ସମିତିର ମନମାନୀ ପ୍ରତିବାଦରେ ଚାଷୀ ନେତା ବିଜୟ କୁମାର ବୋଇତାଇଙ୍କ ନେତୃତ୍ୱରେ ସର୍ବଶ୍ରୀ ହିମାଂଶୁ ଭୂଷଣ ବୋଇତାଇ, ଚୈତନ୍ୟ ବେହେରା, ଦୀପକ କୁମାର ସାହୁ, ରମେଶ ଭୂୟାଁ, ଅର୍ଜୁନ କୁମାର ସାହୁ, ଚନ୍ଦ୍ରମଣି ବେହେରା, ଜ୍ଞାନ ଶଙ୍କର ବୋଇତାଇ, ଅରୁଣ କୁମାର ସାହୁ, ସୋମ୍ୟରଞ୍ଜନ ସାହୁ ପ୍ରମୁଖ ଚାଷୀମାନେ ସକାଳ 10ଟାରୁ କୋରେଇ ବ୍ଲକ ସମ୍ମୁଖରେ ବସିଥିଲେ ମଧ୍ୟ ଆଲୋଚନାର କୌଣସି ସୁଫଳ ନମିଳିବାରୁ ସ୍ଥାନୀୟ ଚାଷୀମାନଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା! ଏହି ଗଣ ଅନଶନକାରୀଙ୍କ ନିକଟରେ ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି, ଜିଲ୍ଲା ଅଧକ୍ଷ ଚନ୍ଦ୍ରକାନ୍ତ ଖଣ୍ଡାଇ, ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ଜିଲ୍ଲା ଗଣ ମାଧ୍ୟମ ସଂଯୋଜକ ସତ୍ୟପ୍ରକାଶ କୁଅଁର, ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ ପରୀକ୍ଷିତ ମଲ୍ଲିକ, ନିରଞ୍ଜନ ନାୟକ, ନରହରି କୁଅଁର, ବିଚିତ୍ର ରାଉତ ପ୍ରମୁଖ ପହଞ୍ଚି ବ୍ଲକ ପ୍ରଶାସନ ଚାଷୀମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି କରିଥିଲେ! ଘଟଣା ସ୍ଥଳରେ କୋରେଇ ଆଇ ଆଇ ସି ରଣଞ୍ଜିତ ମହାନ୍ତି, ସଲିଳ ମଲ୍ଲିକ ପହଞ୍ଚି କୋରେଇ ବ୍ଲକ କତୃପକ୍ଷ, ସେବା ସମବାୟ ସମିତି କତୃପକ୍ଷ ଓ ଚାଷୀମାନଙ୍କ ସହିତ ଆଲୋଚନା କରୁଥିବାର ସମ୍ବାଦ ହସ୍ତଗତ ହୋଇଛି !

Live Share Market