‘ମେ ଆଇ ହେଲ୍ପ ୟୁ ମୋ ପରିବାର’ ତରଫରୁ ଜଳେଶ୍ୱରର ଲକ୍ଷ୍ମଣନାଥବାଟି ଦୁର୍ଗାପୂଜା ପଡିଆରେ ‘ଗୋଟାଏ ବୃକ୍ଷ ଗୋଟାଏ ଜୀବନ’ କାଯ୍ୟକ୍ରମ

ବାଲେଶ୍ୱର/ଜଳେଶ୍ୱର,୨୩/୬(ବ୍ରଜଗୋପାଳ ସେନଙ୍କ ଠାରୁ): ‘ମେ ଆଇ ହେଲ୍ପ ୟୁ ମୋ ପରିବାର’ ସମାଜିକ ସଂଗଠନ ତରଫରୁ ଜଳେଶ୍ୱରର ପ୍ରସିଦ୍ଧ ଲକ୍ଷ୍ମଣନାଥ ବାଟି ତଥା ଦୁର୍ଗାପୂଜା ପଡିଆରେ ‘ଗୋଟାଏ ବୃକ୍ଷ ଗୋଟାଏ ଜୀବନ’ କାଯ୍ୟକ୍ରମ ଆରମ୍ଭ ହୋଇଥିଲା। ସଂଗଠନର ପିଲାମାନେ ଚାରିଆଡେ ସ୍ୱଚ୍ଛତା କରିବା ସହ ମା ଶ୍ୟାମା ଠାକୁରାଣୀଙ୍କ ଠାରେ ପୂଜାର୍ଚନା କରି ପ୍ରସାଦର ଅନେକ ଜାଗରେ ବଉଳ ଗଛ ଲଗାଇବା ସହ ଗଛ ଥିବା ସ୍ଥାନକୁ ବାଡ଼ ତିଆରି କରି ଲୋକଙ୍କୁ ପରିବର୍ତନ ଏକ ସଚେତନତା କରିବା ପାଇଁ ବିଭିନ୍ନ ପୋଷ୍ଟର ମରାଯାଇଥିଲା ଏବଂ ଗୋପ ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣରେ ବଉଳ ଗଛ ଲଗାଇଥିଲେ। ଏହି କାଯ୍ୟକ୍ରମରେ ସଂଗଠନର ପ୍ରତିଷ୍ଠାତା ଜଗନ୍ନାଥ ପରିଡ଼ା, ଉପଦେଷ୍ଟା ମନୋରଞ୍ଜନ ପ୍ରଧାନ, ନରହରି ବେହେରା, ଆଶୁତୋଷ ଜେନା, ସତ୍ୟବ୍ରତ ପ୍ରମାଣିକ, ସଜୀଵ ପାତ୍ର, ଶୁଚିସ୍ମିତା ପ୍ରଧାନ, ବରୁଣ ଜେନା, ଗୌତମ ବେହରା, ଅଜିତ ପଣ୍ଡା, ଏସ କେ ଆବେଦ, ଯୋଗେସ ରାଠୀ, ଅଂଶୁମାନ ମହାନ୍ତି, କିଶୋର ସାହୁ, ଜ୍ୟୋସ୍ନାରାଣୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାଯ୍ୟକ୍ରମକୁ ଶେଷ କରିଥିଲେ। ଏପରି ଉଦ୍ୟମ ପାଇଁ ସଂଗଠନକୁ ଗ୍ରାମବାସୀ ସହଯୋଗ କରିଥିଲେ। ଆଗାମୀ ଦିନରେ ନୂଆ ବିବାହ ଦମ୍ପତି, ଜନ୍ମଦିନରେ ଏବଂ ଯଦି କୌଣସି ସଦସ୍ୟ ତାଙ୍କ ପରିବାର କାହାକୁ ହରାଉଛନ୍ତି ତାହା ହେଲେ ସେହି ପରିବାରରେ ଗଛଟିଏ ପ୍ରଦାନ କିମ୍ବା ତାଙ୍କ ଘରେ ଗଛ ଲଗାଯିବ ବୋଲି ସଂଗଠନ ତରଫରୁ କୁହାଯାଇଥିଲା ।

Live Share Market