‘ବ୍ୟାସନଗର ପତଞ୍ଜଳି ଯୋଗ ସମିତି’ ତରଫରୁ ବରିଷ୍ଠ ନାଗରିକ ମଂଚ କାର୍ଯ୍ୟାଳୟରେ ଯୋଗ ଦିବସ ପାଳିତ
ବ୍ୟାସନଗର,୨୧ା୬(ଉ.ନ୍ୟୁଜ୍ ବ୍ୟରୋ): ‘କୋଭିଡ’ କଟକଣା ମଧ୍ୟରେ ‘ବ୍ୟାସନଗର ପତଞ୍ଜଳି ଯୋଗ ସମିତି’ ସ୍ଥାନୀୟ ଚୋରଦା ସ୍ଥିତ ‘ବ୍ୟାସନଗର ନାଗରିକ ମଂଚ’ କାର୍ଯ୍ୟାଳୟରେ ପାଳନ କରିଛି ଆର୍ନ୍ତଜାତିକ ଯୋଗ ଦିବସ । ଯୋଗ ଗୁରୁ ବଟକୃଷ୍ଣ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ସମାଜସେବୀ ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘କରୋନା’ ଭଳି ସମୟରେ ଯୋଗର ଆବଶ୍ୟକତା ବଢ଼ି ଯାଇଛି ବୋଲି କହିଥିଲେ । ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ଓ ଯୋଗ ପ୍ରଭାରୀ ଧ୍ରୃବଚରଣ କର ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଲେ ଯେ, ଶରୀରରେ ରୋଗ ଅଛି ହେଲେ ପ୍ରତିକାର ପାଇଁ ଯୋଗ ବି ଅଛି । ଭାରତୀୟ ମୁନିଋଷିମାନଙ୍କ ଆମ ସଂସ୍କୃତିକୁ ଅମୂଲ୍ୟ ଦାନ ହେଉଛି ‘ଯୋଗ’ । ଯୋଗ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ମାନସିକ ଶାନ୍ତି ପ୍ରଦାନ କରିଥାଏ । ଏକ ସୁସ୍ଥ ଓ ସମୃଦ୍ଧ ଜୀବନ ପାଇଁ ନିୟମିତ ଯୋଗ କରିବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶତୃଘ୍ନ ପୁହାଣ, ଲମ୍ବୋଦର ମଲ୍ଲିକ, ସନାତନ ଦାସ, ଘନଶ୍ୟାମ ରାଉତ, ପ୍ରଫୁଲ୍ଲ କୁମାର ନାୟକ, ଯୁଧିଷ୍ଠିର ମଲ୍ଲିକ, ଅଶ୍ୱିନୀ କୁମାର ଦାସ, ବଟକୃଷ୍ଣ ନାୟକ, ଉପେନ୍ଦ୍ରନାଥ ମହାନ୍ତି, ଶଙ୍କର୍ଷଣ ସାହୁ, ପତଞ୍ଜଳି ଯୋଗ ସମିତିର କେତେକ କର୍ମକର୍ତା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ପ୍ରମୋଦ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।