ବ୍ୟାସନଗର ପାଦୁକାଶ୍ରମ କର୍ମଚାରୀ ଭକ୍ତ ବେହେରାଙ୍କ ହୃଦ୍ଘାତରେ ପରଲୋକ, ବିଭିନ୍ନ ମହଲରେ ଶୋକ
ବ୍ୟାସନଗର,୧୯/୬(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ୦୨ ନଂ. ୱାର୍ଡର ‘ବହ୍ମ ଜ୍ୟୋତି ପାଦୁକାଶ୍ରମ’ର ଜଣେ ବିଶ୍ୱସ୍ଥ କର୍ମଚାରୀ ତଥା ଯୁବ ସମାଜସେବୀ ଭକ୍ତଚରଣ ବେହେରାଙ୍କ କିଛି ଦିନ ତଳେ ଭୁବନେଶ୍ୱରରେ ହୃଦ୍ଘାତରେ ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ଯୁବକ ଥିଲେ । ସେ ଅବିବାହିତ ଥିଲେ । ତାଙ୍କ ବିୟୋଗରେ ବ୍ରହ୍ମବରଦା ଅଂଚଳର ଯୁବ ସମାଜସେବୀ ପ୍ରିୟବ୍ରତ ବିଶ୍ୱାଳ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ଘର ଢ଼େଙ୍କାନାଳ ଅଂଚଳରେ ।
Live Share Market