ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଶୋକ

ବାଲେଶ୍ୱର;୧୯/୦୬ (ବ୍ରଜ ଗୋପାଳ ସେନଙ୍କ ଠାରୁ): ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକ ତଥା ନୀଳଗିରି ମାଟିର ସୁଯୋଗ୍ୟ ସନ୍ତାନ, ନୀଳଗିରି କୈଳାସ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ର ଶ୍ରୀଯୁକ୍ତ ଦେବାଶିଷ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇଥିଲେ। କୋଭିଡରେ ସଂକ୍ରମିତ ହେବା ପରେ ଦେବାଶିଷ ଗୁରୁତର ହୋଇ ପଡ଼ିଥିଲେ। ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବାରୁ ଜୁନ ୮ରେ ତାଙ୍କୁ ଭୁବନେଶ୍ୱରରୁ ଏୟାରଲିଫ୍ଟ ଯୋଗେ କୋଲକାତା ନିଆଯାଇଥିଲା। ସେ କୋଭିଡରେ ସଂକ୍ରମିତ ହେବା ପରେ ପ୍ରଥମେ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦେବାଶିଷ ପାଣିଗ୍ରାହୀଙ୍କ ଫୁସଫୁସର ଜଟିଳତା ସୃଷ୍ଟି ହୋଇଥିବାରୁ ଡାକ୍ତରମାନେ ଇକମୋ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ କୋଲକାତାର ଏକ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ  ତାଙ୍କର ଦେହାନ୍ତ ହୋଇଛି। ଶୁକ୍ରବାର ରାତି ପ୍ରାୟ ୧୦.୧୫ରେ ଦେବାଶିଷ ପାଣିଗ୍ରାହୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ଏହି ଖବର ପାଇ କେନ୍ଦ୍ରମନ୍ତ୍ରୀ ପ୍ରତାପ୍ ଚନ୍ଦ୍ର ଷଡ଼ଙ୍ଗୀ ଅତ୍ୟନ୍ତ ମର୍ମାହତ ହୋଇ ତାଙ୍କର ଅମର ଆତ୍ମାକୁ ସଦଗତି ପ୍ରଦାନ କରିବା ସହିତ ତାଙ୍କର ପରିବାର, ପରିଜନ, ଅଗଣିତ ଶ୍ରଦ୍ଧାଳୁ ଓ ସମର୍ଥକମାନଙ୍କୁ ଏହି ଦୁଃଖ ସହିବାର ସାମର୍ଥ୍ୟ ପ୍ରଦାନ କରିବା ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କରିଛନ୍ତି l ସେ କହିଛନ୍ତି ଓଡିଶା ପାଇଁ ଏହା ଏକ ଅପୁରଣୀୟ କ୍ଷତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close