ବ୍ୟାସନଗର ଉଠା ଦୋକାନୀଙ୍କ ଦାବି ନେଇ ଏ ଡି ଏମଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କଲେ ମିଳିତ ଶ୍ରମିକ ସଙ୍ଘ
ବ୍ୟାସନଗର: ଆଜି ତା 18.6.2021ରିଖ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ମହାମାରୀ କରୋନାରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଉଠା ଦୋକାନୀମାନଙ୍କୁ ଦ୍ୱିତୀୟ ଲହରର ସହାୟତା ରାଶି ପ୍ରତ୍ୟେକଙ୍କୁ ୩ ହଜାର ଟଙ୍କା ଘୋଷଣା କରିଛନ୍ତି ! ଯାହା ସହରାଞ୍ଚଳରେ ଉଠା ଦୋକାନୀଙ୍କ ସଂଖ୍ୟା ବ୍ୟାପକ ଥିବା ବେଳେ ତାଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ପୌର ବିଭାଗ କାଁ ଭାଁ କେତେଜଣଙ୍କୁ ସହାୟତା ରାଶି ଘୋଷଣା କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଠା ଦୋକାନୀ, ବୁଲାବିକାଳୀ, ଅଟୋ ଚାଳକ, ରିକ୍ସା ଚାଳକ, ଘରୋଇ ଶ୍ରମିକ ଓ ହକରମାନେ ଅଣ ସଂଗଠିତ ଶ୍ରମିକ ହୋଇଥିବା ବେଳେ ସେମାନଙ୍କୁ ଏହି ତାଲିକାରୁ ବାଦ ଦେବା ଯୋଗୁଁ ସେମାନେ ମର୍ମାହତ ହୋଇପଡିଛନ୍ତି ! ଏହାର ପ୍ରତିବାଦରେ ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ଓ ଭାରତର ଟ୍ରେଡ଼ ୟୁନିଅନ କେନ୍ଦ୍ର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବି ପ୍ରଦାନ କରାଯାଇଥିଲା ! କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଦାବି ପ୍ରଦାନ ବେଳେ ରାଜ୍ୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି, ସି ଆଇ ଟି ୟୁ ର ରାଜ୍ୟ ଉପ ସଭାପତି ପ୍ରଫୁଲ୍ଲ ନାୟକ, ଅଣ ସଂଗଠିତ ଶ୍ରମିକ କଂଗ୍ରେସ ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ, ଜିଲ୍ଲା ଅଧକ୍ଷ ଚନ୍ଦ୍ରକାନ୍ତ ଖଣ୍ଡାଇ, ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ବ୍ୟାସନଗର ସଭାପତି ପଦ୍ମନାଭ ନାୟକ, ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ସତ୍ୟପ୍ରକାଶ କୁଅଁର,ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ ପରୀକ୍ଷିତ ମଲ୍ଲିକ, ଉଠାଦୋକାନୀ ସଂଘର ଭରତ ସାହୁ, ସି ଆଇ ଟି ୟୁ ର ସନ୍ତୋଷ ବରାଳ, ଏସ କେ ଇମତାଜ ମାଧବ ବେହେରା, ଉଠା ଦୋକାନୀ ପ୍ରଭାତ ପାଗଡ଼, ବତକ ସାହୁ, ନକୁଳ ପାଗଡ଼, ନିର ବେହେରା, ଲିପନ ସାହୁ ରବୀନ୍ଦ୍ର ପରିଡା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଘେରିଥିଲେ ! ବ୍ୟାସନଗର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପକ୍ଷପାତିତା ଓ ବହୁ ଉଠା ଦୋକାନୀମାନଙ୍କୁ ଜାଣି ଶୁଣି ପଞ୍ଜିକରଣ ନ କରିବା ଘଟଣାକୁ ନେଇ କିଛି ସମୟ ଉତ୍ତେଜନା ସୃଷ୍ଟି ହୋଇଥିଲା ! ମୁଖ୍ୟମନ୍ତ୍ରୀ ସହାୟତା ରାଶି ଦେବା ପୂର୍ବରୁ ତୁରନ୍ତ ବାଦ ପଡ଼ିଥିବା ବ୍ୟକ୍ତିଙ୍କୁ ପଞ୍ଜିକୃତ କରିବା ସହିତ (୨ ) 2014 ଉଠାଦୋକାନୀ ଆଇନକୁ କାର୍ଯ୍ୟକାରୀ କରାଯାଇ ଟି ଭି ସି ଗଠନ କରାଯାଉ (୩ ) ତୁରନ୍ତ ଭେଣ୍ଡିଂ ଜୋନ ସ୍ଥାପନ କରି ଉଠାଦୋକାନୀମାନଙ୍କୁ ଥଇଥାନ କରାଯାଉ (୪ ) ଉଠା ଦୋକାନୀମାନଙ୍କୁ ବିନା ସୁଧରେ 20 ହଜାର ଟଙ୍କା ଋଣ ପ୍ରଦାନ କରାଯାଉ (୫ ) ସମସ୍ତ ଉଠା ଦୋକାନୀମାନଙ୍କୁ ପୌର ପ୍ରଶାସନ ଦ୍ୱାରା ଅଣ ସଂଗଠିତ ଶ୍ରମିକ କାର୍ଡ ପ୍ରଦାନ କରି ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିବାହ ସହାୟତା ପ୍ରଦାନ କରାଯାଉ (୬ ) ଗ୍ରାମାଞ୍ଚଳର ବିଭିନ୍ନ ହାଟ ବଜାରରେ ଥିବା ଉଠା ଦୋକାନୀମାନଙ୍କୁ ମଧ୍ୟ ଏହି ପକ୍ରିୟାରେ ଅନ୍ତର୍ଭୁକ୍ତ କରିବା ! ଏହି ଦାବିଗୁଡିକ ତୁରନ୍ତ ପୂରଣ ନ କଲେ ମିଳିତ ଶ୍ରମିକ ସଂଘ ପକ୍ଷରୁ ପୌର ପରିଷଦ ଘେରାଉ କରାଯିବାକୁ ଘୋଷଣା କରିଥିଲେ !