କୋରେଇର ଧନେଶ୍ୱର ସେବା ସମବାୟ ସମିତିର ବ୍ୟାପକ ଅନିୟମିତତା ପ୍ରତିବାଦରେ ୨୩ ତାରିଖରେ ଗଣ ଅନଶନ
କୋରେଇ: ଆଜି ତା୧୭.୦୬.୨୦୨୧ରିଖ ରାଜ୍ୟ ସରକାରଙ୍କ ରବିଧାନ ବିଭିନ୍ନ ସମବାୟ ସମିତି ଜରିଆରେ କିଣିବା ପାଇଁ ଏକ ନିର୍ଦ୍ଦେଶନାମା ଥିଲେ ମଧ୍ୟ ଧନେଶ୍ୱର ସେବା ସମବାୟ ସମିତି ଏହାକୁ ଚଞ୍ଚକତା କରିବା ସହିତ ବ୍ୟାପକ ଅନିୟମିତତା ପ୍ରତିବାଦରେ ଗତ ତା.୮.୬.୨୦୨୧ରେ ଚାଷୀମାନଙ୍କ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା । ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନ ନେବା ଯୋଗୁଁ ଏହି ସେବା ସମବାୟ ସମିତିରେ ମାନମାନି ପରିଲକ୍ଷିତ ହୋଇଛି । ଏହି କୋଭିଡ ମହାମାରୀ ସମୟରେ ଚାଷୀମାନଙ୍କୁ ଜିଲ୍ଲା ପ୍ରଶାସନ ଗଣ ଅନଶନ କରିବାକୁ ବାଧ୍ୟ କରିବେ ବୋଲି ଚାଷୀମାନେ କହିବା ସହିତ କହିଛନ୍ତି କି-ପୁନର୍ବାର ଏହାର ସ୍ଥାଇ ସମାଧାନ ନିମନ୍ତେ ପୂର୍ବ ଅଭିଯୋଗକୁ ଭିତ୍ତି କରି ଗତ କାଲି ଚାଷୀମାନଙ୍କ ପକ୍ଷରୁ ଏକ ସ୍ବାକ୍ଷରିତ ପତ୍ରରେ ସମବାୟ ସମିତି ଚାଷୀ ବିଜୟ କୁମାର ବୋଇତାଇ, ଚୈତନ୍ୟ ବେହେରା, ରମେଶ ଚନ୍ଦ୍ର ଭୂୟାଁ, ହିମାଂଶୁ ଭୁଷଣ ବୋଇତାଇ, ମାମିନା ସାହୁ, ଜ୍ଞାନ ଶଙ୍କର ବୋଇତାଇ, ରସ୍ମିରେଖା ସାହୁ, ଅର୍ଜୁନ ସାହୁ, ଦୀପକ କୁମାର ସାହୁ ପ୍ରମୁଖ ପତ୍ରରେ ଉଲ୍ଲେଖ କରିଛନ୍ତି କି ଯଦି ଧାନ ଦେବାରେ ବଞ୍ଚିତ ଥିବା ଚାଷୀମାନଙ୍କ ଠାରୁ ଗଚ୍ଛିତ ଥିବା ଧାନକୁ ଜୁନ୍ ୨୨ତାରିଖ ମଧ୍ୟରେ କିଣା ନ ଗଲେ ଚାଷୀମାନେ କୋରାଇ ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ୨୩ ଜୁନ୍ ଠାରୁ “ଗଣ ଅନଶନ”କରିବେ ବୋଲି ପ୍ରକାଶ କରିଛନ୍ତି ।
Live Share Market