ଆଇ.ଏମ୍‌.ଏ, ଯାଜପୁରରୋଡ ତରଫରୁ କାର୍ଯ୍ୟରତ ଡାକ୍ତରଙ୍କୁ ଅଭିନନ୍ଦନ ଓ ମୃତ ଡାକ୍ତରଙ୍କୁ ଶ୍ରଦ୍ଧାଞ୍ଜଳି

ବ୍ୟାସନଗର,୧୫/୬(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଭାରତୀୟ ଭେଷଜ ସଂଘ (ଇଣ୍ଡିଆନ ମେଡିକାଲ ଆସୋସିଏସନ, ଆଇ.ଏମ୍‌.ଏ), ଯାଜପୁରରୋଡ ତରଫରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯିବା ସହ ଦେଶର ବିଭିନ୍ନ ଭାଗରେ କଠୋର କରୋନା ମହାମାରୀ ସମୟରେ କାର୍ଯ୍ୟରତ ସମସ୍ତ ଡାକ୍ତର ଓ ପ୍ରଫେସନାଲମାନଙ୍କୁ ଅଭିନନ୍ଦନ ଜଣାଯାଇଛି । ଏହି ୨ୟ ଲହର ବିଶ୍ୱ ମହାମାରୀ ‘କରୋନା’ ସମୟରେ ମୃତ୍ୟୁବରଣ କରିଥିବା ୬୫୦ ଡାକ୍ତରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବିଶେଷଭାବେ ଏହି ୨ୟ ଲହର ସମୟରେ କାର୍ଯ୍ୟରତ ଡାକ୍ତର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ମୂଲ୍ୟବାନ ଓ ଆବଶ୍ୟକୀୟ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ଥିବା ଡ଼ାକ୍ତର ଓ କର୍ମଚାରୀ ଆଦିଙ୍କୁ ଅସୈାଜନ୍ୟ ଆଚରଣ କରାଯିବା ସହ ଆପତିଜନକ ଭାଷା ମଧ୍ୟ ପ୍ରୟୋଗ କରାଯାଉଥିବାରୁ ସଂଘର ଯାଜପୁରରୋଡ ଶାଖା ପକ୍ଷରୁ ଏହାର ନିନ୍ଦା କରାଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସାମାଜିକ ଗଣମାଧ୍ୟମରେ କଟୁ ଭାଷା ପ୍ରୟୋଗ ହେଉଥିବାରୁ ସଂଘ ଏହାର ଘୋର ବିରୋଧ କରିଛି । କାରଣ ବର୍ତମାନ ପରିସ୍ଥିତିରେ ଅତି ଆବଶ୍ୟକୀୟ ଓ ଅମୂଲ୍ୟ ସାବ୍ୟସ୍ତ ହୋଇଥିବା ଟୀକାକରଣ ଯୋଜନା ଭାରତ ଭଳି ଏକ ବିଶାଳ ଜନ ସଂଖ୍ୟା ବିଶିଷ୍ଟ ଦେଶରେ କଷ୍ଠକର ଓ ସମୟସାପେକ୍ଷ ଯୋଜନା । ଏହି ଯୋଜନାରେ ସାମିଲ ଓ କାର୍ଯ୍ୟରତ ସମ୍ମୁଖ ଯୋଦ୍ଧା ଡାକ୍ତରମାନଙ୍କ ଉପରେ ଆକ୍ରମଣ ବିଭିନ୍ନ ରାଜ୍ୟ ଯଥା-ଆସାମ, ବିହାର, ପଶ୍ଚିମବଂଗ, ଦିଲ୍ଲୀ, କର୍ଣ୍ଣାଟକ ଆଦି ସହ ଦେଶର ବହୁ ଭାଗରେ ବଢ଼ି ବଢ଼ି ଚାଲିଛି । ବିଶେଷକରି ମହିଳା ଡ଼ାକ୍ତରଙ୍କ ଉପରେ ଶାରୀରିକ ଆକ୍ରମଣ ହେବା ଦୁର୍ଭାଗ୍ୟଜନକ । ବହୁ ଘଟଣାରେ ବହୁ ଡ଼ାକ୍ତର ଏଭଳି ଆକ୍ରମଣରେ କ୍ଷତାକ୍ତ ହୋଇଛନ୍ତି । ଏଭଳି ଉଦ୍‌ବେଗଜନିତ ଘଟଣା ଉପରେ ସଂଘ ପ୍ରଧାନ ମନ୍ତ୍ରୀ, ଗୃହ ମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଆଦିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ନିମ୍ନ ଉଲ୍ଲଖିତ ୦୪ଟି ଦାବୀ ଉପସ୍ଥାପନ କରିବ । ଯଥା:- ୧) ଜାତୀୟ ସ୍ତରର ଡାକ୍ତରଖାନା ଓ ହେଲଥ୍‌କେୟାର ସେଂଟରଗୁଡିକରେ କାର୍ଯ୍ୟରତ ଡାକ୍ତର ଓ ପ୍ରଫେସନାଲମାନଙ୍କ ପାଇଁ ସୁରକ୍ଷା ଆଇନ, ୨) ଡାକ୍ତରଖାନାଗୁଡିକରେ ଆବଶ୍ୟକୀୟ ସୂରକ୍ଷା ବ୍ୟବସ୍ଥା ଲାଗୁ ସହ ଆଇନର କଡ଼ାକଡ଼ି ପାଳନ, ୩) ଡାକ୍ତରଖାନାଗୁଡିକୁ ସୁରକ୍ଷା ଜୋନ ଭାବେ ଘୋଷଣା କରିବା, ୪) ଆକ୍ରମଣକାରୀ ଦୋଷୀଙ୍କ ବିରୋଧରେ ତୁରନ୍ତ ଓ କଠୋର ଦଣ୍ଡବିଧାନ କରାଯିବା ।
ଏହି ପ୍ରସଙ୍ଗ ଉପରେ ଆସନ୍ତା ଜୁନ ୧୮ ତାରିଖ ‘ଜାତୀୟ ପ୍ର୍‌ତିରୋଧ ଦିବସ’ ପାଳନ କରାଯାଇ ଅଯଥା ଡାକ୍ତର ଓ ପ୍ରଫେସନାଲମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ତୁରନ୍ତ ବନ୍ଦ କରିବା ଉପରେ ଚାପ ସୃଷ୍ଟି କରିବା ସହ ‘ଜୀବନ ରକ୍ଷାକାରୀଙ୍କୁ ସୁରକ୍ଷା ପ୍ରଦାନ’ ସ୍ଲୋଗାନ ଦିଆଯିବ । ସେଦିନ ସକାଳ ୮ଟା ରୁ ଦିବା ୦୨ ଘଟିକା (୦୬ ଘଂଟା) ପାଇଁ ଅଣ-ଅତ୍ୟାବଶ୍ୟକ ଓ ଅଣ-କୋଭିଡ଼ ସେବାକୁ ପ୍ରତ୍ୟାହାର କରାଯିବ । ସେଦିନ କଳା ବ୍ୟାଚ ମଧ୍ୟ ପରିଧାନ କରାଯିବ । ସଂଘ ତରଫରୁ ଦେଶର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦରଖାସ୍ତ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ କରାଯିବାକୁ ଯୋଜନା ରହିଛି । ଏଥିସହିତ ଯାଜପୁରର ସାଂସଦ ଓ କୋରାଇ ବିଧାୟକଙ୍କୁ ସାକ୍ଷାତ କରି ଘଟଣା ଉପରେ ଅବଗତ କରାଯାଇ ତାଙ୍କର ହସ୍ତକ୍ଷେପ ପାଇଁ ଉଦ୍ୟମ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଆଇ.ଏମ୍‌.ଏ, ଯାଜପୁରରୋଡ ସଭାପତି ଡାକ୍ତର ନୃସିଂହ ଚରଣ ପରିଡା, ସାଧାରଣ ସଂପାଦକ ଡ଼ା. ଗୈାରୀ ଶଙ୍କର ଷଡ଼ଙ୍ଗୀ, ବରିଷ୍ଟ ଶିଶୁରୋଗ ବିଶେଷଙ୍କ ଡ଼ା. ପ୍ରସନ୍ନ କୁମାର ସାହୁଡ଼ା. ହେମନ୍ତ କୁମାର ସାହୁ ପ୍ରମୁଖ ଭାଗ ନେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close