ଆଜି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ, ସମ୍ବଲପୁରର ୬ଷ୍ଠ ପ୍ରତିଷ୍ଠା ଦିବସ

ବ୍ୟାସନଗର, ୧୦/୬: ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁରର ୬ଷ୍ଠ ପ୍ରତିଷ୍ଠା ଦିବସ ଆଜି ଦିବା ୧୨ଟା ୩୦ମି. ସମୟରେ ଡିଜିଟାଲ ପ୍ଲାଟଫର୍ମ ‘ଜୁମ୍ ଆପ’ ଜରିଆରେ ଅନୁଷ୍ଠିତ ହେବ ବୋଲି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ. ମାନସ ରଂଜନ ପୁଜାରୀଙ୍କ ତରଫରୁ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କୁ ପ୍ରେରିତ ନିମନ୍ତ୍ରଣପତ୍ରରୁ ଜଣାଯାଇଛି । ଶିକ୍ଷାର ବିକାଶରେ ସମ୍ବଲପୁରସ୍ଥିତ ଏହି ମୁକ୍ତ ବିଶ୍ୱବିଦ୍ୟାଳୟ ୨୦୧୫ରୁ ପ୍ରତିଷ୍ଠିତ ହୋଇ ରାଜ୍ୟ ଓ ରାଜ୍ୟ ବାହାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛି । ସମ୍ବଲପୁରର ଫାଟକ ଛକ ନିକଟସ୍ଥ ବୁଢ଼ାରାଜା ସ୍ଥିତ ଜି.ଏମ ୟୁନିଭରସିଟି କାମ୍ପସରେ କାର୍ଯ୍ୟରତ ଏହି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମହଲରେ ବେଶ ଭରସାଯୋଗ୍ୟ ହୋଇଚାଲିଛି ।
ସୂଚନାଯୋଗ୍ୟ, ‘କୋଭିଡ଼-୧୯’ କଟକଣା ପାଇଁ ଅନ୍‌ଲାଇନ ଉପାୟରେ ଆଜି ଅନୁଷ୍ଠିତ ଏହାର ୬ଷ୍ଠ ପ୍ରତିଷ୍ଠା ଦିବସରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ବେଳେ ଉଦ୍‌ଘାଟନୀ ସମ୍ଭାଷଣ ପ୍ରଦାନ କରିବେ ଉତ୍ସବର ସମ୍ମାନିତ ଅତିଥି ତଥା ଯଶୱନ୍ତରାଓ ଚୈାହାନ ମହାରାଷ୍ଟ୍ର ମୁକ୍ତ ବିଶ୍ୱବିଦ୍ୟାଳୟ ଓ କବୟତ୍ରୀ ବାହିନବାଇ ଚୈାଧୂରୀ (ଉତର) ମହାରାଷ୍ଟ୍ର ବିଶ୍ୱବିଦ୍ୟାଳୟର ଉପକୁଳପତି ଫ୍ରଫେସର ଇ. ବାୟୁନନ୍ଦନ । ଏହି ପବିତ୍ର ଉତ୍ସବରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁରର ଉପକୁଳପତି ଫ୍ରଫେସର ଅର୍କ କୁମାର ଦାସ ମହାପାତ୍ର ଅଧ୍ୟକ୍ଷତା କରିବେ ବୋଲି ଜଣାଯାଇଛି । ଏହି ପ୍ରତିଷ୍ଠା ଦିବସରେ ଯୋଗ ଦେବା ପାଇଁ ବିଶ୍ୱ ବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଆକାଡ଼େମିକ କନସଲଟାଂଟ୍ ରାକେଶ କୁମାର ଦାଶ ନିମନ୍ତ୍ରଣ ଜଣାଇବା ସହ ସୂଚନା ପ୍ରଦାନ କରିଛନ୍ତି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close